ନୂଆଦିଲ୍ଲୀ, ୧୩/୯ : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପରେ ଏଥିରେ ପ୍ରତିକ୍ରିୟାଶୀଳ ହୋଇ ପାକିସ୍ତାନୀ ପ୍ରଶାସନ ଓ ସେନା ଏବେ ସେଠାରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁ ଓ ଶିଖଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଦେଇଛନ୍ତି । ନିକଟ ଅତୀତରେ ଜଣେ ଶିଖ ଯୁବତୀଙ୍କୁ ବନ୍ଧୁକ ମୁନରେ ଡରାଇ ଧମକାଇ ଜୋରଜବରଦସ୍ତୀ ଇସ୍ଲାମ ଧର୍ମରେ ଧର୍ମାନ୍ତୀକରଣ କରାଯାଇଥିବାବେଳେ ଆଉ ଜଣେ ହିନ୍ଦୁ ଯୁବତୀଙ୍କୁ ମଧ୍ୟ ବନ୍ଧୁକ ମୁନରେ ଇସ୍ଲାମ ଧର୍ମରେ ଧର୍ମାନ୍ତୀକରଣ କରାଯାଇ ତାଙ୍କୁ ଇସ୍ଲାମ ଯୁବକଙ୍କ ସହିତ ବିବାହ କରାଯାଇଛି । ଭାରତ ଏହି ପ୍ରସଙ୍ଗରେ ପାକିସ୍ତାନୀ ସରକାରଙ୍କୁ ଭର୍ତ୍ସନା କରିବା ସହ ଏହି ପ୍ରସଙ୍ଗକୁ ମାନବାଧିକାର ଉଲ୍ଳଂଘନ ଦର୍ଶାଇ କମିଶନଙ୍କ ନିକଟରେ ଫେରାଦ ହୋଇଛ । \n ଗୋଟିଏ ପଟେ ଜମ୍ମୁ-କାଶ୍ମୀରରେ ଭାରତୀୟ ସେନା ସେଠାକାର ଅଧିବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଲି ବୁଲି ଅପପ୍ରଚାର ଚଳାଉଥିବାବେଳେ ଅନ୍ୟପଟେ ପାକ୍ ଅଧିକୃତ କାଶ୍ମୀର (ପିଓକେ), ବାଲଟିସ୍ତାନ, ବେଲୁଚିସ୍ତାନରେ ପାକ୍ ସେନା ଯେଉଁଭଳି ଅତ୍ୟାଚାର କରୁଛି ତାହା ସମସ୍ତଙ୍କୁ ଜଣା । ଏବେ ସିନ୍ଧ ପ୍ରଦେଶରେ ମଧ୍ୟ ପାକିସ୍ତାନୀ ସେନାର ଅତ୍ୟାଚାର ବିରୁଦ୍ଧରେ ସେଠାକାର ବାସିନ୍ଦା ସ୍ୱର ଉତୋଳନ କରିବା ଆରମ୍ଭ କରିସାରିଲେଣି । ଏହି ମର୍ମରେ ବିଶ୍ୱ ସିନ୍ଧି କଂଗ୍ରେସର ମହାସଚିବ ଲଖୁ ଲୁହାନା କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ସଂଖ୍ୟାଲଘୁଙ୍କ ଉପରେ ପାକ୍ ସେନା ଅତ୍ୟାଚାର କରିବା ବନ୍ଦ ନକରୁଛି ସେତେବେଳ ପର୍ଯ୍ୟନ୍ତ ତାକୁ ମାନବାଧିକାର ପରିଷଦ ନିଲମ୍ବିତ କରିବା ଉଚିତ । ସେ ଆହୁରି କହିଛନ୍ତି ଯେ, ପାକିସ୍ତାନ କେବଳ ସିନ୍ଧ ପ୍ରଦେଶର ଭୂମିକୁ କବ୍ଜା କରିବାକୁ ଚାହୁଁଛି ମାତ୍ର ସିନ୍ଧବାସୀଙ୍କୁ ଗ୍ରହଣ କରିବାକୁ ରାଜି ନୁହେଁ । ଯେଉଁମାନେ ପାକିସ୍ତାନକୁ ବିରୋଧ କରୁଛନ୍ତି ସେମାନଙ୍କୁ ଗିରଫ କରାଯାଇ ଜେଲ୍ର କଳାକୋଠରୀରେ ବନ୍ଦୀ କରଯାଇ ଅକଥନୀୟ ଅତ୍ୟାଚାର କରାଯାଉଛି । ଏପରିକି ପାକିସ୍ତାନରେ ଏବେ ସଂଖ୍ୟାଲଘୁମାନଙ୍କୁ ଦେଶ ଛାଡ଼ିବାକୁ ମଧ୍ୟ ବାଧ୍ୟ କରାଯାଉଛି ବୋଲି ଶ୍ରୀ ଲୁହାନା କହିଛନ୍ତି ।

Comments
Post a Comment