ଇସଲାମାବାଦ ,୧୩/୯ : ୧୯୪୭ ଯୁଦ୍ଧ ପରେ ପାକିସ୍ତାନ ଭାରତ ସାଙ୍ଗେ ଆଉ ତିନିଥର ଯୁଦ୍ଧ କରିଛି । ୧୯୬୫ ଯୁଦ୍ଧରେ ଅସଫଳ ହେଲା କାଶ୍ମୀର ଛଡ଼େଇ ନେବାରେ । ୧୯୭୧ ଯୁଦ୍ଧରେ ପୂର୍ବପାକିସ୍ତାନକୁ ହରେଇଲା ଓ ୧୯୯୯ ଯୁଦ୍ଧରେ କାରଗିଲରୁ ପାକିସ୍ତାନ ସୈନ୍ୟଙ୍କୁ ଆମ ସୈନ୍ୟବାହିନୀ ହଟେଇଦେଲେ । ୧୯୭୧ ଯୁଦ୍ଧରେ ଶୋଚନୀୟଭାବେ ହାରିବାରୁ ପାକିସ୍ତାନ ବଡ଼ ଅପମାନିତ ହେଲା । ଆମେରିକାରୁ ଆର୍ôଥକ, ସାମରିକ ସାହାଯ୍ୟ ଓ ଚୀନର ସମର୍ଥନ ପାଇ ମଧ୍ୟ ୧୯୬୫ ଓ ୧୯୭୧ରେ ଅନୁଷ୍ଠିତ ୨ଟି ପୂର୍ଣ୍ଣାଙ୍ଗ ଯୁଦ୍ଧରେି ପାକିସ୍ତାନ ଭାରତ ଠାରୁ ହାରିଯାଇଥିଲା । ଶୀତଳଯୁଦ୍ଧ ପରେ ପାକିସ୍ତାନ ନିଷ୍ପତି ନେଲା ଯେ ପ୍ରତ୍ୟକ୍ଷ ଯୁଦ୍ଧ ନକରି ଭାରତ ସହ ଛଦ୍ମଯୁଦ୍ଧ କରିବ । ଶୀତଳ ଯୁଦ୍ଧ ସମୟରେ ସୋଭିଏତ ୟୁନିୟନ ବିରୋଧ ଆମେରିକାର ଆର୍ଥିକ ସହାୟତାରେ ଏହି ଦେଶ ସୃଷ୍ଟି କରିଥିବା ଆତଙ୍କବାଦୀଙ୍କୁ ଭାରତକୁ ପଠେଇବ । ଏବେ ଆତଙ୍କବାଦ ପ୍ରସଙ୍ଗରେ ହନୁ ମଲାବେଳେ ସତ କହିଲା ଭଳି ପାକିସ୍ତାନ ସତ ସ୍ୱୀକାର କରିଛି । ପାକିସ୍ତାନର ପୂରୁଣା ବନ୍ଧୁ ଆମେରିକା ଚାହିଁଲେ ମଧ୍ୟ ମୋଦିଙ୍କ ଦୃଢତା ଯୋଗୁ କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ଅବସର ସୃଷ୍ଟି କରିପାରୁ ନାହିଁ ଅଥବା ସୁଯୋଗ ପାଇ ନାହିଁ । ସେପଟେ ଦେବାଳିଆ ହୋଇଯାଇଥିବା ପାକିସ୍ତାନ ଉପରେ ଏବେ ଏଫଏଟିଏଫ କଟକଣା ଖଣ୍ଡା ଭଳି ଝୁଲୁଛି । ଏଭଳି ସମୟରେ ଆତଙ୍କବାଦକୁ ନେଇ ପାକିସ୍ତାନ ଏକ ନୂଆ ଗୋଟି ଚଳାଇଛି । ଏପରିକି ଆମେରିକା ଯୋଗୁ ହିଁ ପାକିସ୍ତାନ ଆଜି ଏଭଳି ଦୁର୍ଦ୍ଦଶା ଭୋଗୁଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଋଷିଆ ଟୁଡେକୁ ଏକ ସାକ୍ଷାତକାର ଦେଇ ଅଭିଯୋଗ କରିଛନ୍ତି । ସେ କହିଛନ୍ତିଯେ, ଆଜି ଯାହାକୁ ପୂରା ବିଶ୍ୱ ଆତଙ୍କବାଦ ବୋଲି କହୁଛି ,ତାହାକୁ ଶୀତଳ ଯୁଦ୍ଧ ସମୟରେ ଆମେରିକା ସୃଷ୍ଟି କରିଥିଲା । ଇସଲାମର ରକ୍ଷା ପାଇଁ ଏହାକୁ ଜିହାଦ କୁହାଯାଉଥିଲା । ଆଫଗାନିସ୍ତାନରୁ ସୋଭିଏତ ୟୁନିୟନକୁ ବିତାଡିତ କରିବାପାଇଁ ଆମେରିକାର ପ୍ରରୋଚନାରେ ଜିହାଦୀମାନଙ୍କୁ ସୃଷ୍ଟି କରାଯାଇଥିଲା । ସିଆଇଏ ଅର୍ଥରେ ପାକିସ୍ତାନ ଆତଙ୍କବାଦୀ(ମୁଜାହିଦ୍ଦିନ)ଙ୍କୁ ପ୍ରଶିକ୍ଷଣ ଦେଇ ଆଫଗାନିସ୍ତାନ ପଠାଇଥିଲା । ଏହା ଦ୍ୱାରା ସେ ପାକିସ୍ତାନ ପରିସ୍ଥ୍ିତିର ଶିକାର ହୋଇଥିବା ସେ କହିଛନ୍ତି । ୯/୧୧ ପରେ ଆମେରିକାର ଆଫଗାନ ଯୁଦ୍ଧରେ ପାକିସ୍ତାନ ସାମିଲ ହେବା ଉଚିତ ନଥିଲା । ଆସନ୍ତା ମାସ ମଧ୍ୟଭାଗରେ ପ୍ୟାରିସରେ ଅନୁଷ୍ଠିତ ହେବାକୁ ଯାଉଛି ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ) ବୈଠକ । ଏଥିରେ ପାକିସ୍ତାନକୁ କଳାତାଲିକା ଭୁକ୍ତ କରାଯାଇପାରେ । କାରଣ ଗତ ଜୁନ ମାସରେ ଆତଙ୍କବାଦ ବିରୋଧରେ ପାକିସ୍ତାନକୁ ୧୦ସୂତ୍ରୀ କାର୍ଯ୍ୟାନୁଷ୍ଠାନ କରିବାକୁ ଏଫଏଟିଏଫ ନିର୍ଦ୍ଦେଶ ଦେଇଥିଲା । ହେଲେ ପାକିସ୍ତାନକୌଣସି କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତେ ଲୋକଦେଖାଣିଆ ଭାବେ ଯେଉଁ କିଛି ଆତଙ୍କବାଦୀଙ୍କୁ ଗିରଫ କରିଥିଲା ସେମାନଙ୍କୁ ମଧ୍ୟ ମୁକ୍ତ କରିଦେଇଛି । ଓଲଟି ସେମାନଙ୍କ ସହ ପାକିସ୍ତାନର ସେନା ଅଧିକାରୀମନେ କିପରି ଭାରତ ଉପରେ ଆକ୍ରମଣ କରାଯାଇପାରିବ ସେଥିନେଇ ବିଚାରବିମର୍ଶ କରୁଥିବାର ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ଏବେ ଏଫଏଟିଏଫର ଅଧ୍ୟକ୍ଷ ଥିବା ଚୀନକୁ ହାତବାରିସି କରି ପାକିସ୍ତାନ ବିଶ୍ୱବାସୀଙ୍କୁ ଆତଙ୍କବାଦ ପ୍ରସଙ୍ଗରେ ବିଭ୍ରାନ୍ତ କରି ବ୍ଲାକଲିଷ୍ଟ ହେବାରୁ ବର୍ତି ଯିବାକୁ ଅପଚେଷ୍ଟା କରୁଛି । ଏଫଏଟିଏଫରେ ଆମେରିକା ପାକିସ୍ତାନ ବିରୋଧରେ ମୁହଁ ଖୋଲିଲେ ୧୯୮୦ ଦଶକରେ ତାଲିବାନ ସୃଷ୍ଟିରେ ଆମେରିକାର ଭୂମିକା ସମ୍ପର୍କରେ କହି ପାକିସ୍ତାନ ଆମେରିକାର ମୁହଁ ଚୁପ କରିବାକୁ ଗୋଟି ଚଳାଇଛି । କିନ୍ତୁ ଏହାର ପ୍ରଭାବ ବାସ୍ତବତାରେ କିଭଳି ରହିବ ତାହା ଆସନ୍ତା ମାସ ଏଫଏଟିଏଫ ବୈଠକରେ ଜଣାପଡିବ । ପ୍ରକାଶ ଥାଉକି ଗତ ମାସ ୨୩ରେ ଏଫଏଟିଏଫର କ୍ଷେତ୍ରୀୟ ଶାଖା ଏସିଆ ପେସିଫିକ ଗ୍ରୁପ(ଏପିଜି) ପାକିସ୍ତାନକୁ କଳା ତାଲିକାଭୁକ୍ତ କରିସାରିଛି । ଯଦି ଏଫଏଟିଫ ମଧ୍ୟ ପାକିସ୍ତାନକୁ ବ୍ଲାକଲିଷ୍ଟ କରିଦିଏ ତେବେ କାଙ୍ଗାଳ ପାକିସ୍ତାନ ପାଇଁ ଏହା ଘାତକ ହେବ । ଏହି ଦେଶ କେବଳ ବିଦେଶୀ ଅନୁଦାନ ଉପରେ ନିର୍ଭର କରି ଚଳେ । ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ତେଣୁ ଇମ୍ରାନ ଖାନ ଏହି ଚାଲ ଦ୍ୱାରା ଆମେରିକାକୁ ବ୍ଲାକମେଲ କରୁଥିବା କୁହାଯାଉଛି ।

Comments
Post a Comment