ଢାକା, ୧୪/୯ : ବାଂଲାଦେଶ ତା’ର ସୀମାରେ ଲାଗିଥିବା ପିଲରରୁ ପୂର୍ବ ପାକିସ୍ତାନର ନାମକୁ ହଟାଇ ଦେଇଛି । ଏହି ପିଲରଗୁଡ଼ିକରେ ଏବେ ପୂର୍ବ ପାକିସ୍ତାନ ସ୍ଥାନରେ ବାଂଲାଦେଶର ନାମ ଲେଖାଯାଇଛି । ଏଭଳି ପରିବର୍ତନ ବାଂଲାଦୋର ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କ ନିର୍ଦ୍ଦେଶକ୍ରମେ କରାଯାଇଛି ବୋଲି ବାଂଲାଦେଶ ବର୍ଡର ଗାର୍ଡ ବୟାନ ଜାରି କରିଛନ୍ତି । ପ୍ରକାଶ୍ୟ ଯେ, ୧୯୪୭ରେ ଭାରତ ଓ ପାକିସ୍ତାନର ବିଭାଜନ ସମୟରେ ବାଂଲାଦେଶ ସୀମାରେ ପ୍ରାୟ ୮ ହଜାରରୁ ଅଧିକ ପିଲର ଲଗାଯାଇଥିଲା । ଏହି ପିଲରଗୁଡ଼ିକରେ ଇଂରାଜୀରେ ‘ଓଘଊ-ଚଇକ/ଓଘଊଓଇ-ଚଇକଓଝଞଇଘ’ ଲେଖାଯାଇଥିଲା । ୧୯୭୧ରେ ପାକିସ୍ତାନ କବଳରୁ ବାଂଲାଦେଶକୁ ଭାରତ ମୁକ୍ତ କରିଥିଲା । ମାତ୍ର ଏହାର ସୀମାରେ ଥିବା ପିଲରଗୁଡ଼ିକରେ ‘ପୂର୍ବ ପାକିସ୍ତାନ’ ଲେଖାଯାଇଥିଲା । ତେବେ ୩ ବର୍ଷ ତଳେ ୨୦୧୬ରେ ଭାରତ ପକ୍ଷରୁ ଏହି ପିଲାରଗୁଡ଼ିକରେ ଲେଖାଯାଇଥିବା ‘ପୂର୍ବ ପାକିସ୍ତାନ’କୁ ହଟାଇବା ଲାଗି ପ୍ରୟାସ ଆରମ୍ଭ କରାଯାଇଥିଲାବେଳେ ପ୍ରଥମ ପର୍ଯ୍ୟାୟରେ ସୀମାରେ ଥିବା ପିଲାରଗୁଡ଼ିକରୁ ‘ପୂର୍ବ ପାକିସ୍ତାନ’ର ନାମକୁ ହଟାଯାଇ ସେଠାରେ ‘ବାଂଲାଦେଶ’ର ନାମ ଲେଖାଯାଇଛି ।

Comments
Post a Comment