
ଉଦୟପୁର: ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ବିଦ୍ୟାଭାରତୀର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଦିନ ଉଦୟପୁରର ସେକ୍ଟର-୪ ସ୍ଥିତ ବିଦ୍ୟାନିକେତନରେ ଆରମ୍ଭ ହୋଇଛି । \n ରାଷ୍ଟ୍ରୀୟ ସହ ସଂଗଠନ ମନ୍ତ୍ରୀ ଯତୀନ୍ଦ୍ର ଶର୍ମା ଏହି ବୈଠକରେ ବିବରଣୀ ପାଠ କରିବା ସହିତ କହିଲେ ଯେ, ବିଦ୍ୟା ଭାରତୀର କାର୍ଯ୍ୟ ଶିକ୍ଷା କ୍ଷେତ୍ରରେ ଏକ ଆଦର୍ଶ ସ୍ଥାପିତ କରିଛି । ଏଥିପାଇଁ ସାରା ଦେଶରେ ଚାଲିଥିବା ୨୫ ହଜାର ଶିକ୍ଷା କେନ୍ଦ୍ର ସମାଜ ସମ୍ମୁଖରେ ସଂସ୍କାର ଏବଂ ଶୈକ୍ଷିକ ଗୁଣବତ୍ତା ଯୁକ୍ତ ଶିକ୍ଷା ପ୍ରଦାନ କରୁଥିବା ବିଦ୍ୟା ମନ୍ଦିର ରୂପରେ ପ୍ରତିଷ୍ଠିତ । ଏହି ବୈଠକରେ ୨୦୦ରୁ ଉଦ୍ଧ୍ୱର୍ ପ୍ରତିନିଧି ଉପସ୍ଥିତ ଅଛନ୍ତି । \nରାଷ୍ଟ୍ରୀୟ ମନ୍ତ୍ରୀ ଅବନୀଶ ଭଟ୍ଟନଗର ଦେଶରେ ଚାଲୁଥିବା ବିଦ୍ୟାଭାରତୀର କାର୍ଯ୍ୟର ଝଲକ ପାୱାର ପଏଂଟ ମାଧ୍ୟମରେ ଦେଖାଇଥିଲେ । ସେ କହିଥିଲେ ଯେ, ସହରାଚଂଳ, ଗ୍ରାମାଂଚଳ, ବନବାସୀ କ୍ଷେତ୍ର, ଦୁର୍ଗମ ପାର୍ବତୀୟ କ୍ଷେତ୍ର ଏବଂ ଆତଙ୍କବାଦ, ନକସଲ ପ୍ରଭାବିତ କ୍ଷେତ୍ରରେ ବିଦ୍ୟାଭାରତୀର ୨୫ ହଜାରରୁ ଅଧିକ ବିଦ୍ୟାଳୟ ଶିକ୍ଷା ଓ ସଂସ୍କାର କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସ୍ଥାନ ସୃଷ୍ଟି କରିଛି । ସାରା ଦେଶରେ ଚାଲୁଥିବା ବିଦ୍ୟାଳୟମାନଙ୍କରେ ଏକ ଲକ୍ଷ ଚାଳିଶ ହଜାରରୁ ଅଧିକ ଶିକ୍ଷକ ଏବଂ ୩୮ ଲକ୍ଷରୁ ଉଦ୍ଧ୍ୱର୍ ବିଦ୍ୟାର୍ଥି ଅଛନ୍ତି । \n ଏହି ବୈଠକ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଯେଉଁଥିରେ ବିଦ୍ୟାଭାରତୀର କାର୍ଯ୍ୟର ବିସ୍ତାର, ଶୈକ୍ଷିକ ଗୁଣବତ୍ତାର ବିକାଶ, ଟେକ୍ନୋଲୋଜିର ଉପଯୋଗ ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ନୂତନ ପ୍ରୟୋଗ, ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଖେଳକୁଦ,ଜ୍ଞାନ-ବିଜ୍ଞାନ ମେଳା, ଅଖିଳ ଭାରତୀୟ ସଂସ୍କୃତି ମହୋତ୍ସବ ପରି ଶୈକ୍ଷିକ ବିଷୟ ସହିତ ପର୍ଯ୍ୟାବରଣ ସୁରକ୍ଷା, ପଲିଥିନ ବର୍ଜନ, ଶକ୍ତି ଏବଂ ଜଳ ସଂରକ୍ଷଣ, ଫିଜିକଲ ଫିଟନେସ ପରି ସମାଜୋପଯୋଗୀ ବିଷୟ ଉପରେ ବିଚାର ବିମର୍ଶ କରାଯାଇ ଯୋଜନା ତିଆରି ହେବ ।
Comments
Post a Comment