ପାକିସ୍ତାନ ଚୀନରେ ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ କାହିଁକି ଚୁପ ରହିଛି

ସବୁବେଳେ କଶ୍ମୀରର ମୁସଲମାନଙ୍କ କଥା କହୁଥିବା ପାକିସ୍ତାନ ଚୀନରେ ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ କାହିଁକି ଚୁପ ରହିଛି ବୋଲି ଆମେରିକା ପ୍ରଶ୍ନ କରିଛି ? ଦକ୍ଷିଣ ଓ କେନ୍ଦ୍ର ଏସିଆ ପାଇଁ ଆମେରିକାର ଉପ ସଚିବ ଆଲିସ େଓ୍ଵଲ୍ସ ଜାତିସଂଘର ୭୪ତମ ସାଧାରଣ ବୈଠକ ଅବସରରେ ପାକିସ୍ତାନକୁ ସମାଲୋଚନା କରି କହିଛନ୍ତି ଯେ ପଶ୍ଚିମ ଚୀନର ସିଂଜିଆଙ୍ଗ ରାଜ୍ୟରେ ପ୍ରାୟ ୧୦ ଲକ୍ଷ ମୁସଲିମଙ୍କ ପ୍ରତି ମଧ୍ୟ ପାକିସ୍ତାନ ସମାନ ସମବେଦନା ଦେଖାଉ । କେବଳ କଶ୍ମୀର ମୁସଲିମଙ୍କ ମାନବ ଅଧିକାର ରହିଛି, ଅନ୍ୟ ମୁସଲିମଙ୍କର ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ପାକିସ୍ତାନ ସବୁବେଳେ କଶ୍ମୀରର ମୁସଲମାନଙ୍କ କଥା ଉଠାଉଛ, କିନ୍ତୁ ଚୀନର ଉଇଘର ମୁସଲିମଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଚୁପ ରହୁଛି ।

Comments