ବାଲେଶ୍ୱର,: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସଂଯୋଜନାରେ ବାଲେଶ୍ୱର ସେବା ବିଭାଗ ପକ୍ଷରୁ ସୁନହଟ୍ ସତେଇ ସାହିସ୍ଥିତ ମା’ ବଉଳ ବେଣୀ ଭାଗବତ ପାଠଚକ୍ରରେ ଗତକାଲି ଭାଗବତ ଜନ୍ମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ ପୂଜାପାଠ ସାଙ୍ଗକୁ ନାମ ସଂକୀର୍ତନ ସହିତ ଭାଗବତ କଥା ପ୍ରବଚନ କରାଯାଇଥିଲା । ସ୍ଥାନୀୟ ଶିକ୍ଷକ ନିର୍ମଳ ସାହୁ ଭାଗବତ ପାଠ କରିଥିଲେ । ସୁନହଟ-ପାତ୍ରପଡା ଅଞ୍ଚଳର ଶତାଧିକ ଭାଗବତ ପ୍ରେମୀ ଭକ୍ତମଣ୍ଡଳୀ ଭାଗବତ ପୂଜନ କରିଥିଲେ । ମାଆ-ଉଉଣୀମାନେ ଶଙ୍ଖହୁଳହୁଳି ସହ ବନ୍ଦାପନା କରିଥିଲେ । ଜିଲ୍ଲା ସେବା ପ୍ରମୁଖ ଅମର ନାଥ ସେଠୀ, ନଗର ସହକାର୍ଯ୍ୟବାହ ହେମନ୍ତ କୁମାର ମହାନ୍ତି, ମାତୃମଣ୍ଡଳୀ ପ୍ରମୁଖ ପୂର୍ଣ୍ଣିମା ବାରିକ୍ ଓ ମିନତୀ ତରେଇ ପ୍ରମୁଖଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ଉତ୍ସବରେ ସଂଘର ବରିଷ୍ଠ କାର୍ଯ୍ୟକର୍ତା ସର୍ବଶ୍ରୀ ପ୍ରଣବ କର, ଦ୍ୱିପେନ୍ଦ୍ର ନାଥ ଦେ ସମେତ ବହୁ ଗ୍ରାମବାସୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଆଳତୀ ଦର୍ଶନ ପରେ ପ୍ରସାଦ ସେବନ କରାଯାଇଥିଲା ।

Comments
Post a Comment