ମଧ୍ୟଯୁଗୀୟ ବ୍ୟବସ୍ଥାକୁ ସାଉଦି ମହିଳାଙ୍କ ପ୍ରତ୍ୟାଖ୍ୟାନ


ରିଆଦ,୧୩/୯ : ଇସଲାମର କେନ୍ଦ୍ରସ୍ଥଳ ସାଉଦି ଆରବରେ ମହିଳାଙ୍କୁ ପରଦା ମଧ୍ୟରେ ରହିବାକୁ ପଡେ । କଳାରଙ୍ଗର ବୁର୍ଖା ମଧ୍ୟରେ ଜୀବନ ଅତିବାହିତ କରିଦେବାକୁ ପଡେ । ପ୍ରାୟ ୧୪୦୦ବର୍ଷ ହେଲା ଏଠାରେ ପ୍ରଚଳିତ ମଧ୍ୟଯୁଗୀୟ ବ୍ୟବସ୍ଥାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଜଣେ ୩୩ବର୍ଷୀୟ ସାହସୀ ଯୁବତୀ ମାସାଇଲ ଅଲ ଜାଲୁଦ । କଳାରଙ୍ଗର ବୁର୍ଖାକୁ ଫିଙ୍ଗିଦେଇ ସେ ଅତ୍ୟାଧୁନିକ ପରିପାଟ୍ଟୀରେ ସଜ୍ଜିତ ହେବା ସାଉଦୀଆରବର ଧର୍ମୀୟ ପରମ୍ପରା ପ୍ରତି ଏକ ଚାଲେଞ୍ଜ ବୋଲି କୁହାଯାଉଛି । କେନ୍ଦ୍ରୀୟ ରିଆଦର ଏକ ମଲରେ କାର୍ଯ୍ୟ କରୁଥିବା ଏହି ମହିଳାଙ୍କ ଏଭଳି ପରିପାଟ୍ଟୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ କହିଛନ୍ତି ଯେ, ସେ ଜଣେ ଆଧୁନିକ ମହିଳା ଓ ପଶୁ ଭଳି ଜୀବନ ତାଙ୍କୁ ସ୍ୱୀକାର୍ଯ୍ୟ ନୁହେଁ ।

Comments