ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେବାରେ ପାକିସ୍ତାନ ଖର୍ଚ୍ଚ କରିଛି ୭ ଲକ୍ଷ କୋଟି

 ପାକିସ୍ତାନ ଗୃହମନ୍ତ୍ରୀ ଏଜାଜ ଅହମ୍ମଦ ଶାହ ସ୍ବୀକାର କରିଥିଲେ ଯେ, ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜମାତ-ଉଦ-ଦ୍ବାୱା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି। ଆତଙ୍କବାଦୀମାନେ ଖୁଖ୍ୟଧାରାରେ ରହିବା ଲାଗି ପାକିସ୍ତାନର ଇମ୍ରାନ ସରକାର ସେମାନଙ୍କ ପଛରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି। ଆତଙ୍କବାଦୀମାନେ ଇମ୍ରାନଙ୍କ ଇସାରାରେ ହିଁ ଆଫଗାନିସ୍ତାନରେ ଯୁଦ୍ଧ କରୁଥିଲେ। ବର୍ତ୍ତମାନ ଇମ୍ରାନଙ୍କ କର୍ତ୍ତବ୍ୟ ହେଉଛି ସେ ସେହି ଆତଙ୍କବାଦୀମାନଙ୍କୁ ଚାକିରି ଏବଂ ଟଙ୍କା ଦିଅନ୍ତୁ।
ଆତଙ୍କବାଦୀଙ୍କ ଜନ୍ମସ୍ଥଳ ପାକିସ୍ତାନର ଗୁମର ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ଏହି ଦେଶ କିପରି ନିଜର ଅର୍ଥବ୍ୟବସ୍ଥାକୁ କିପରି ଆତଙ୍କବାଦୀ ସୃଷ୍ଟି କରିବାରେ ବିଲୟ କରିଦେଇଛି ତାହା ସାମ୍ନାକୁ ଆସିଛି। ଆଉ କେହି ନୁହେଁ, ଖୋଦ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହା ସ୍ବୀକାର କରିଛନ୍ତି। ଆତଙ୍କବାଦୀ ସଂଗଠନ ମୁଜାହିଦ୍ଦିନକୁ ପାକିସ୍ତାନ କେବଳ ପ୍ରଶିକ୍ଷଣ ଦେଇନି, ବରଂ ସଂଗଠନ ପାଇଁ ୧୦୦ ବିଲିୟନ ଡଲାର ଅର୍ଥାତ୍‌ ୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ଇମ୍ରାନ ମାନିଛନ୍ତି। ପାକ୍‌ ଗୃହମନ୍ତ୍ରୀ ଏଜାଜ ଅହମ୍ମଦଙ୍କ ସ୍ବୀକାରୋକ୍ତିର ଦିନକ ପରେ ପାକିସ୍ତାନ ଆତଙ୍କବାଦୀଙ୍କୁ ଶରଣ ଦେଇଆସିଛି ବୋଲି ଇମ୍ରାନ ମାନିଛନ୍ତି। ତେବେ ଇମ୍ରାନ କହିଛନ୍ତି, ପାକିସ୍ତାନ ସୋଭିଏଟ ରୁଷ ବିରୋଧରେ ଜିହାଦ କରିଥିଲା, ଯେଉଁଥିପାଇଁ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ପାଣ୍ଠି ଯୋଗାଉଥିଲା।

Comments