
ଦିଲ୍ଲୀ ଛାତ୍ର ସଂଘ (ଦିଲ୍ଲୀ ୟୁନିଭର୍ସିଟ ୟୁନିୟନ DUSU-୨୦୧୯) ନିର୍ବାଚନରେ ପୁଣିଥରେ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ବିଜୟ ଲାଭ କରିଛି । ବିଦ୍ୟାର୍ଥି ପରିଷଦ ଅଧ୍ୟକ୍ଷ ପଦ ସହିତ ତିନୋଟି ଆସନରେ ବିଜୟୀ ହୋଇଛି । ଏନ୍ଏସୟୁଆଇ କେବଳ ସଂପାଦକ ଆସନଟି ପାଇ ସନ୍ତୁଷ୍ଟ ହୋଇଛି । ବିଦ୍ୟାଥି ପରିଷଦ ଏହି ତିନୋଟି ଆସନରେ ବହୁ ବ୍ୟବଧାନରେ ବିଜୟ ହୋଇଛି ।
ଏହି ନିର୍ବାଚନରେ ଅଧ୍ୟକ୍ଷ ରୂପେ ଏବିଭିପିର ଅକ୍ଷିତ ଦହିୟା ୧୯ ହଜାରରୁ ଉଦ୍ଧ୍ୱର୍ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିବା ବେଳେ ଉପାଧ୍ୟକ୍ଷ ପଦରେ ପରିଷଦର ପ୍ରଦୀପ ତଂବର ୮୫୭୪ରୁ ଉଦ୍ଧ୍ୱର୍ ଭୋଟ ବ୍ୟବଧାନରେ ବିଜୟ ହୋଇଛନ୍ତି । ସେହିପରି ବିଦ୍ୟାର୍ଥି ପରିଷଦର ଶିବାଙ୍ଗୀ ଖରବାଲ ୩ ହଜାରରୁ ଉଦ୍ଧ୍ୱର୍ ବ୍ୟବଧାନରେ ବିଜୟୀ ହୋଇ ସହସଂପାଦକ ରୂପେ ନିର୍ବାଚିତ ହୋଇଛନ୍ତି । ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ଅକ୍ଷିତ ଦହିୟାଙ୍କୁ ୨୯,୬୮୫ ଭୋଟ ମିଳିଥିବା ବେଳେ ଏନ୍ଏସୟୁଆଇ ପ୍ରାର୍ôଥ ୧୦,୬୪୬, ଆଇସା ୫୮୮୬ ଭୋଟ ମିଳିଥିଲା । ନୋଟାରେ ମଧ୍ୟ ୫୮୮୬ଟି ଭୋଟ ପଡିଥିଲା । ଉପାଧ୍ୟକ୍ଷ ପଦ ନିର୍ବାଚନରେ ପ୍ରଦୀପ ତଂବରଙ୍କୁ ୧୯,୮୫୮, ଏନ୍ଏସୟୁଆଇ ପ୍ରାର୍ôଥ ଅଙ୍କିତକୁ ୧୧୨୮୪, ଆଇସାର ପ୍ରାର୍ଥି ଆଫତାବକୁ ୮୨୧୭ ଏବଂ ନୋଟାରେ ୭୮୭୯ ଭୋଟ ମିଳିଥିଲା । ସେହିପରି ସଂହସଂପାଦକ ନିର୍ବାଚନରେ ଶିବାଙ୍ଗୀଙ୍କୁ ୧୭୨୩୪ ଭୋଟ ମିଳିଥିଲା । ଏନ୍ଏସୟୁଆଇ ପ୍ରାର୍ôଥ ଆଶୀଷ ଲାଂବା ୨୦,୯୩୪ ଭୋଟ ପାଇ ସଂପାଦକ ରୂପେ ନିର୍ବାଚିତ ହୋଇଛନ୍ତି ।
Comments
Post a Comment