-ଅସ୍ଥାୟୀ ଧାରା ୩୭୦ ଉଚ୍ଛେଦ ରାଷ୍ଟ୍ରୀୟ ସାଧାରଣ ସହମତି ର ବିଷୟ
-ପଶ୍ଚିମବଙ୍ଗରେ ରାଷ୍ଟ୍ରୀୟ ବିଚାରଧାରା ଲୋକଙ୍କୁ ଲଗାତାର ଭାବେ ହତ୍ୟାକରାଯିବା ଦୁର୍ଭାଗ୍ୟଜନକ

-ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ତ୍ରିଦିବସୀୟ ବୈଠକ ଆରମ୍ଭ
ଭୁବନେଶ୍ୱର, ୧୬ ଅକ୍ଟୋବର - ସଙ୍ଘର ସ୍ୱୟଂସେବକମାନଙ୍କର କଠିନ ପରିଶ୍ରମ ଏବଂ ସମାଜରେ ଅନୁକୁଳ ବାତାବରଣ ପାଇଁ ସଂଘ କାର୍ଯ୍ୟ ଲଗାତାର ଭାବେ ବୃଦ୍ଧିପାଇବାରେ ଲାଗିଛି । ବିଶେଷକରି ଯୁବକ ଓ ଛାତ୍ରମାନେ ସଂଘରେ ସାମିଲ ହେଉଛନ୍ତି । ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକର ଉଦଘାଟନ ପରେ ସାମ୍ବାଦିକ ମାନଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସହ ସରକାର୍ଯ୍ୟବାହ ମାନନୀୟ ଡ. ମନମୋହନ ବୈଦ୍ୟ ଏହା କହିଛନ୍ତି ।
ଏକ ପ୍ରଶ୍ନର ଉତ୍ତରରେ ଡ. ବୈଦ୍ୟ କହିଲେ ଯେ, ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରସଙ୍ଗ ରାଜନୈତିକ ପ୍ରସଙ୍ଗ ନୁହେଁ । ଏହା ଦେଶର ଆସ୍ଥାର ବିଷୟ । ସେହିପରି କାଶ୍ମୀରରେ ଧାରା ୩୭୦ ଏକ ଅସ୍ଥାୟୀ ଧାରା ଥିଲା । ପଶ୍ଚିମ ବଙ୍ଗରେ କ୍ରମାଗତ ଭାବେ ହିଂସା ବଢୁଥିବା ପ୍ରସଙ୍ଗରେ ସେ ନିଜର ମତ ଦେଇ କହିଛନ୍ତିି ଯେ ପଶ୍ଚିମ ବଙ୍ଗରେ କ୍ରମାଗତ ଭାବରେ ଯେପରି ରାଷ୍ଟ୍ରୀୟ ବିଚାର ଲୋକମାନଙ୍କୁ ହତ୍ୟା କରାଯାଉଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ସଂଘ ଜାଣିଛି ଯେ, ସରକାର ସବୁ କିଛି କରି ପାରିବ ନାହିଁ । ସମାଜକୁ ନିଜେ ନିଜର କାର୍ଯ୍ୟ କରିବାକୁ ହେବ । ଏହି ଭାବନାକୁ ନେଇ ସଂଘର ସ୍ୱୟଂସେବକମାନେ ସମାଜ ପରିବର୍ତ୍ତନ କାର୍ଯ୍ୟରେ ସକ୍ରିୟ ଅଛନ୍ତି । ୧୯୯୮ରୁ ଆରମ୍ଭ ହୋଇଥିବା ଗ୍ରାମ ବିକାଶ ପରିଣାମ ଅନେକ ଗ୍ରାମରେ ଏବେ ଦେଖିବାକୁ ମିଳୁଛି ।
ସମାଜରୁ ଜାତିଭେଦ ବନ୍ଧନକୁ ହଟାଇ ତଥା ସଂପୂର୍ଣ୍ଣ ସମାଜକୁ ଏକତ୍ର କରିବାର ଭାବନା ସମାଜରେ ଜାଗ୍ରତ କରିବା ପାଇଁ ସମାଜିକ ସମରସତା ସୃଷ୍ଟି କରିବାକୁ ସଂଘର ସ୍ୱୟଂସେବକମାନେ କାର୍ଯ୍ୟ କରୁଛନ୍ତି । ଭାରତୀୟ ପ୍ରଜାତିର ଗାଇ ସମ୍ବର୍ଦ୍ଧନ ପାଇଁ ସଂଘର ସ୍ୱୟସେବକ କାର୍ଯ୍ୟ କରୁଛନ୍ତି । ସମାଜରେ ଏକକ ପରିବାର ପ୍ରଚଳନ ବୃଦ୍ଧି ପାଇବା କାରଣରୁ ପରିବାରର ମୂଲ୍ୟବୋଧ ହ୍ରାସ ପାଉଛି । ଏହି କାରଣରୁ ସଂଘର ସ୍ୱୟଂସେବକ ପୁର୍ନବାର କୁଟୁମ୍ବ ପ୍ରବୋଧନ ପାଇଁ କାର୍ଯ୍ୟ କରୁଛନ୍ତି । ପରିବେଶ ସୁରକ୍ଷା ପାଇଁ ସଂଘର ସ୍ୱୟଂସେବକ ବୃକ୍ଷରୋପଣ, ପାଣିର କମ ବ୍ୟବହାର ବା ସୁବିନିଯୋଗ ଏବଂ ପ୍ଲାଷ୍ଟିକ ବ୍ୟବହାର ନକରିବା ଆଦି କାର୍ଯ୍ୟରେ ଲାଗିଛନ୍ତି । \ ଡା. ବୈଦ୍ୟ କହିଲେ ଯେ, ବର୍ତ୍ତମାନ ସାରା ଦେଶରେ ୫୭,୪୧୧ ଦୈନିକ ଶାଖା ଏବଂ ୧୮୯୨୩ ସାପ୍ତାହିକ ମିଳନ ଚାଲୁଅଛି । ୨୦୦୯ ମସିହାରେ ସଙ୍ଘର କାମକୁ ବଢାଇବା ପାଇଁ ଯୋଜନା ହୋଇଥିଲା । ଏହି କାରଣରୁ ୨୦୧୦ରୁ କ୍ରମାଗତ ଭାବେ ଶାଖା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୦୧୦ ପରେ ମୋଟ ଶାଖା ୧୯ ହଜାର ୫୮୪ ବୃଦ୍ଧି ପାଇଛି । ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ପ୍ରାୟ ୬ ହଜାର ଶାଖା ବୃଦ୍ଧି ପାଇଥିଲା । \n ସେ କିହଲେ ଯେ, ୬୦୦୦ ପ୍ରଖଣ୍ଡ ବା ତହସିଲରେ ଅର୍ଥାତ ୯୦ ପ୍ରତିଶତ ପ୍ରଖଣ୍ଡରେ ସଂଘର କାମ ଅଛି । ସାରା ଦେଶରେ ଚାଲୁଥିବା ଶାଖା ମଧ୍ୟରୁ ଛାତ୍ର ଏବଂ ଯୁବକମାନଙ୍କ ଶାଖା ସଂଖ୍ୟା ୬୦ ପ୍ରତିଶତ । ୨୦ ବର୍ଷରୁ ୪୦ ବର୍ଷ ବୟସ ସ୍ୱୟଂସେବକମାନଙ୍କର ଶାଖା ସଂଖ୍ୟା ୨୯ ପ୍ରତିଶତ । ୪୦ ବର୍ଷରୁ ଉଦ୍ଧ୍ୱର୍ ବୟସର ସ୍ୱୟଂସେବକମାନଙ୍କ ଶାଖା ସଂଖ୍ୟା ୧୧ ପ୍ରତିଶତ ।
୨୦୧୩ରେ ୱେବସାଇଟ ମାଧ୍ୟମରେ ଜଏନ ଆରେଏସଏସ ନାମରେ ଏକ ଯୋଜନା ସଂଘ ଆରମ୍ଭ କରିଥିଲା । ଏଥିରେ ସାମିଲ ହେବା ପାଇଁ ବହୁ ସଂଖ୍ୟାରେ ଅନୁରୋଧ ଆସିଥିଲା । ଯେଉଁଥିରେ ଯୁବକ ଓ ଛାତ୍ରଙ୍କ ସଂଖ୍ୟାା ସର୍ବାଧିକ ଥିଲା । ୨୦୧୩ରେ ଜଏନ ଆରଏସଏସ ମାଧ୍ୟମରେ୮୮,୮୪୩ ଜଣ ସଙ୍ଘରେ ସାମିଲ ହେବା ପାଇଁ ଅନୁରୋଧ କରିଥିଲେ । ୨୦୧୪ ରୁ ୨୦୧୬ ଭିତରେ ହାରାହାରି ବାର୍ଷିକ ୯୦ ରୁ ୯୫ ହଜାର ଲୋକ, ୨୦୧୭ରେ ୧.୨୫ ଲକ୍ଷ, ୨୦୧୮ରେ ୧.୫ ଲକ୍ଷ ଏବଂ ୨୦୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ୧.୩ ଲକ୍ଷ ଅନୁରୋଧ ମିଳିଛି । \n ସଂଘ କାର୍ଯ୍ୟକର୍ତ୍ତାଙ୍କ ପ୍ରଶିକ୍ଷଣ ଉପରେ ମଧ୍ୟ ଯୋର ଦିଆଯାଉଛି । ଏହି କ୍ରମରେ କାର୍ଯ୍ୟକର୍ତ୍ତା ବିକାଶ ବର୍ଗ ଅନୁଷ୍ଠିତ ହେଉଅଛି । ଏହି ବର୍ଗରେ ପ୍ରଶିକ୍ଷଣ କିପରି ଭଲ ହୋଇ ହୋଇ ପାରିବ ତଥା ଏଥିରେ କଣ କଣ ଯୋଡା ଯାଇ ପାରିବ ଏହି ବିଷୟରେ ବୈଠକରେ ଚର୍ଚ୍ଚା ଆଲୋଚନା ହେବ ।
ସେ କହିଲେ ଯେ, ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ଦେଶର ସମସ୍ତ ପ୍ରାନ୍ତର ପ୍ରାନ୍ତ ସ୍ତରୀୟ ଅଧିକାରୀ ସାମିଲ ହୋଇଛନ୍ତି । ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରାୟ ୩୫୦ରୁ ଅଧିକ ପ୍ରତିନିଧି ସାମିଲ ହୋଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଅରୁଣ କୁମାର ଓ ଅଖିଳ ଭାରତୀୟ ସହ ପ୍ରଚାର ପ୍ରମୁଖ ନରେନ୍ଦ୍ର ଠାକୁର ଉପସ୍ଥିତ ଥିଲେ । \
-ପଶ୍ଚିମବଙ୍ଗରେ ରାଷ୍ଟ୍ରୀୟ ବିଚାରଧାରା ଲୋକଙ୍କୁ ଲଗାତାର ଭାବେ ହତ୍ୟାକରାଯିବା ଦୁର୍ଭାଗ୍ୟଜନକ

-ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ତ୍ରିଦିବସୀୟ ବୈଠକ ଆରମ୍ଭ
ଭୁବନେଶ୍ୱର, ୧୬ ଅକ୍ଟୋବର - ସଙ୍ଘର ସ୍ୱୟଂସେବକମାନଙ୍କର କଠିନ ପରିଶ୍ରମ ଏବଂ ସମାଜରେ ଅନୁକୁଳ ବାତାବରଣ ପାଇଁ ସଂଘ କାର୍ଯ୍ୟ ଲଗାତାର ଭାବେ ବୃଦ୍ଧିପାଇବାରେ ଲାଗିଛି । ବିଶେଷକରି ଯୁବକ ଓ ଛାତ୍ରମାନେ ସଂଘରେ ସାମିଲ ହେଉଛନ୍ତି । ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକର ଉଦଘାଟନ ପରେ ସାମ୍ବାଦିକ ମାନଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସହ ସରକାର୍ଯ୍ୟବାହ ମାନନୀୟ ଡ. ମନମୋହନ ବୈଦ୍ୟ ଏହା କହିଛନ୍ତି ।
ଏକ ପ୍ରଶ୍ନର ଉତ୍ତରରେ ଡ. ବୈଦ୍ୟ କହିଲେ ଯେ, ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରସଙ୍ଗ ରାଜନୈତିକ ପ୍ରସଙ୍ଗ ନୁହେଁ । ଏହା ଦେଶର ଆସ୍ଥାର ବିଷୟ । ସେହିପରି କାଶ୍ମୀରରେ ଧାରା ୩୭୦ ଏକ ଅସ୍ଥାୟୀ ଧାରା ଥିଲା । ପଶ୍ଚିମ ବଙ୍ଗରେ କ୍ରମାଗତ ଭାବେ ହିଂସା ବଢୁଥିବା ପ୍ରସଙ୍ଗରେ ସେ ନିଜର ମତ ଦେଇ କହିଛନ୍ତିି ଯେ ପଶ୍ଚିମ ବଙ୍ଗରେ କ୍ରମାଗତ ଭାବରେ ଯେପରି ରାଷ୍ଟ୍ରୀୟ ବିଚାର ଲୋକମାନଙ୍କୁ ହତ୍ୟା କରାଯାଉଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ସଂଘ ଜାଣିଛି ଯେ, ସରକାର ସବୁ କିଛି କରି ପାରିବ ନାହିଁ । ସମାଜକୁ ନିଜେ ନିଜର କାର୍ଯ୍ୟ କରିବାକୁ ହେବ । ଏହି ଭାବନାକୁ ନେଇ ସଂଘର ସ୍ୱୟଂସେବକମାନେ ସମାଜ ପରିବର୍ତ୍ତନ କାର୍ଯ୍ୟରେ ସକ୍ରିୟ ଅଛନ୍ତି । ୧୯୯୮ରୁ ଆରମ୍ଭ ହୋଇଥିବା ଗ୍ରାମ ବିକାଶ ପରିଣାମ ଅନେକ ଗ୍ରାମରେ ଏବେ ଦେଖିବାକୁ ମିଳୁଛି ।ସମାଜରୁ ଜାତିଭେଦ ବନ୍ଧନକୁ ହଟାଇ ତଥା ସଂପୂର୍ଣ୍ଣ ସମାଜକୁ ଏକତ୍ର କରିବାର ଭାବନା ସମାଜରେ ଜାଗ୍ରତ କରିବା ପାଇଁ ସମାଜିକ ସମରସତା ସୃଷ୍ଟି କରିବାକୁ ସଂଘର ସ୍ୱୟଂସେବକମାନେ କାର୍ଯ୍ୟ କରୁଛନ୍ତି । ଭାରତୀୟ ପ୍ରଜାତିର ଗାଇ ସମ୍ବର୍ଦ୍ଧନ ପାଇଁ ସଂଘର ସ୍ୱୟସେବକ କାର୍ଯ୍ୟ କରୁଛନ୍ତି । ସମାଜରେ ଏକକ ପରିବାର ପ୍ରଚଳନ ବୃଦ୍ଧି ପାଇବା କାରଣରୁ ପରିବାରର ମୂଲ୍ୟବୋଧ ହ୍ରାସ ପାଉଛି । ଏହି କାରଣରୁ ସଂଘର ସ୍ୱୟଂସେବକ ପୁର୍ନବାର କୁଟୁମ୍ବ ପ୍ରବୋଧନ ପାଇଁ କାର୍ଯ୍ୟ କରୁଛନ୍ତି । ପରିବେଶ ସୁରକ୍ଷା ପାଇଁ ସଂଘର ସ୍ୱୟଂସେବକ ବୃକ୍ଷରୋପଣ, ପାଣିର କମ ବ୍ୟବହାର ବା ସୁବିନିଯୋଗ ଏବଂ ପ୍ଲାଷ୍ଟିକ ବ୍ୟବହାର ନକରିବା ଆଦି କାର୍ଯ୍ୟରେ ଲାଗିଛନ୍ତି । \ ଡା. ବୈଦ୍ୟ କହିଲେ ଯେ, ବର୍ତ୍ତମାନ ସାରା ଦେଶରେ ୫୭,୪୧୧ ଦୈନିକ ଶାଖା ଏବଂ ୧୮୯୨୩ ସାପ୍ତାହିକ ମିଳନ ଚାଲୁଅଛି । ୨୦୦୯ ମସିହାରେ ସଙ୍ଘର କାମକୁ ବଢାଇବା ପାଇଁ ଯୋଜନା ହୋଇଥିଲା । ଏହି କାରଣରୁ ୨୦୧୦ରୁ କ୍ରମାଗତ ଭାବେ ଶାଖା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୦୧୦ ପରେ ମୋଟ ଶାଖା ୧୯ ହଜାର ୫୮୪ ବୃଦ୍ଧି ପାଇଛି । ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ପ୍ରାୟ ୬ ହଜାର ଶାଖା ବୃଦ୍ଧି ପାଇଥିଲା । \n ସେ କିହଲେ ଯେ, ୬୦୦୦ ପ୍ରଖଣ୍ଡ ବା ତହସିଲରେ ଅର୍ଥାତ ୯୦ ପ୍ରତିଶତ ପ୍ରଖଣ୍ଡରେ ସଂଘର କାମ ଅଛି । ସାରା ଦେଶରେ ଚାଲୁଥିବା ଶାଖା ମଧ୍ୟରୁ ଛାତ୍ର ଏବଂ ଯୁବକମାନଙ୍କ ଶାଖା ସଂଖ୍ୟା ୬୦ ପ୍ରତିଶତ । ୨୦ ବର୍ଷରୁ ୪୦ ବର୍ଷ ବୟସ ସ୍ୱୟଂସେବକମାନଙ୍କର ଶାଖା ସଂଖ୍ୟା ୨୯ ପ୍ରତିଶତ । ୪୦ ବର୍ଷରୁ ଉଦ୍ଧ୍ୱର୍ ବୟସର ସ୍ୱୟଂସେବକମାନଙ୍କ ଶାଖା ସଂଖ୍ୟା ୧୧ ପ୍ରତିଶତ ।
୨୦୧୩ରେ ୱେବସାଇଟ ମାଧ୍ୟମରେ ଜଏନ ଆରେଏସଏସ ନାମରେ ଏକ ଯୋଜନା ସଂଘ ଆରମ୍ଭ କରିଥିଲା । ଏଥିରେ ସାମିଲ ହେବା ପାଇଁ ବହୁ ସଂଖ୍ୟାରେ ଅନୁରୋଧ ଆସିଥିଲା । ଯେଉଁଥିରେ ଯୁବକ ଓ ଛାତ୍ରଙ୍କ ସଂଖ୍ୟାା ସର୍ବାଧିକ ଥିଲା । ୨୦୧୩ରେ ଜଏନ ଆରଏସଏସ ମାଧ୍ୟମରେ୮୮,୮୪୩ ଜଣ ସଙ୍ଘରେ ସାମିଲ ହେବା ପାଇଁ ଅନୁରୋଧ କରିଥିଲେ । ୨୦୧୪ ରୁ ୨୦୧୬ ଭିତରେ ହାରାହାରି ବାର୍ଷିକ ୯୦ ରୁ ୯୫ ହଜାର ଲୋକ, ୨୦୧୭ରେ ୧.୨୫ ଲକ୍ଷ, ୨୦୧୮ରେ ୧.୫ ଲକ୍ଷ ଏବଂ ୨୦୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ୧.୩ ଲକ୍ଷ ଅନୁରୋଧ ମିଳିଛି । \n ସଂଘ କାର୍ଯ୍ୟକର୍ତ୍ତାଙ୍କ ପ୍ରଶିକ୍ଷଣ ଉପରେ ମଧ୍ୟ ଯୋର ଦିଆଯାଉଛି । ଏହି କ୍ରମରେ କାର୍ଯ୍ୟକର୍ତ୍ତା ବିକାଶ ବର୍ଗ ଅନୁଷ୍ଠିତ ହେଉଅଛି । ଏହି ବର୍ଗରେ ପ୍ରଶିକ୍ଷଣ କିପରି ଭଲ ହୋଇ ହୋଇ ପାରିବ ତଥା ଏଥିରେ କଣ କଣ ଯୋଡା ଯାଇ ପାରିବ ଏହି ବିଷୟରେ ବୈଠକରେ ଚର୍ଚ୍ଚା ଆଲୋଚନା ହେବ ।
ସେ କହିଲେ ଯେ, ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ଦେଶର ସମସ୍ତ ପ୍ରାନ୍ତର ପ୍ରାନ୍ତ ସ୍ତରୀୟ ଅଧିକାରୀ ସାମିଲ ହୋଇଛନ୍ତି । ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରାୟ ୩୫୦ରୁ ଅଧିକ ପ୍ରତିନିଧି ସାମିଲ ହୋଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଅରୁଣ କୁମାର ଓ ଅଖିଳ ଭାରତୀୟ ସହ ପ୍ରଚାର ପ୍ରମୁଖ ନରେନ୍ଦ୍ର ଠାକୁର ଉପସ୍ଥିତ ଥିଲେ । \

Comments
Post a Comment