ଢେଙ୍କାନାଳରେ ସ୍ୱୟଂସେବକଙ୍କ ଦ୍ୱାରା ସେବାକାର୍ଯ୍ୟ


ଢେଙ୍କାନାଳ : କରୋନା ମହାମାରିକୁ ନେଇ ସାରାବିଶ୍ୱରେ ଆତଙ୍କ ଦେଖାଦେଇଥିବା ବେଳେ ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁବିଧି ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ସ୍ୱଚ୍ଛାସେବୀ ସଂଗଠନ ଗୁଡକି ନିଜ ନିଜ ଅନୁସାରେ ସହଯୋଗ କରିଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଢେଙ୍କାନାଳ ଜିଲ୍ଲା ତରଫରୁ ଢେଙ୍କାନାଳ ନଗର, ପର୍ଜଙ୍ଗର ସାଣ୍ଡା,  କାମାକ୍ଷା ଓ କଙ୍କଡା ହାଡ ଆଦି ବିଭିନ୍ନ ସ୍ଥାନରେ ସେବାକାମ ଅନୁଷ୍ଠିତ ହୋଇ ଯାଇଛି । ବିଭିନ୍ନ ଅଂଚଳରେ  ସାମାଜିକ ଦୂରତାକୁ ଗୁରୁତ୍ୱ ଦେବା, ଘରେ ରହିବା ସୁସ୍ଥ ରହିବା, ସମସ୍ତେ ମାସ୍କ ବାନ୍ଧିବା ଏବଂ ସରକାରଙ୍କ ସମସ୍ତ ନିୟମକୁ ମାନିବା ଆଦି ବିଷୟରେ  ଢେଙ୍କାନାଳର ସ୍ୱୟଂସେବକମାନେ ଜନ ଜାଗରଣ କରିଛନ୍ତି ।
ଢେଙ୍କାନାଳ ସହରରେ ସ୍ୱୟଂସେବକମାନେ ୭୫ଟି ଗରିବ ପରିବାରରେ ଆଳୁ, ବାଇଗଣ, ଭେଣ୍ଡି, ପିଆଜ ଆଦି ବିତରଣ କରିଥିଲେ । କଙ୍କଡାହାଡରେ ୪୦୦ ମାସ୍କ ବିତରଣ କରିଥିବା ବେଳେ   ପରଜଙ୍ଗର ସାଣ୍ଡ୍ରାରେ ୬୦ଟି ଗରିବ ପରିବାରରେ ଚୁଡା, ଗୁଡ, ବିସ୍କୁଟ ଆଦି ବିତରଣ କରିଥିଲେ ଏବଂ କାମାକ୍ଷା ନଗରରେ ୧୦୦ ଜଣଙ୍କୁ ରନ୍ଧାଖାଦ୍ୟ ବିତରଣ କରିଥିଲେ ।

Comments