୧୨ଦିନ ହେବ ରନ୍ଧାଖାଦ୍ୟ ବାଂଟୁଛନ୍ତି ଜଗତସିଂହପୁରର ସ୍ୱୟଂସେବକ


ଭୁବନେଶ୍ୱର,୯ା୪ :ଦେଶ ଓ ସମାଜ ଉପରେ ଯେତେବେଳେ ବିପଦ ଆସେ ସେହି ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମାଜର ସେବାରେ ନିଜକୁ ସାମିଲ କରିଥାଏ । ଏବେ ଚାଇନା ଭାଇରସ ବିରୋଧରେ ଯେଉଁ ସଂଗ୍ରାମ ଚାଲିଛି ସମାଜର ସାହାଯ୍ୟ ପାଇଁ ସ୍ୱୟଂସେବକମାନେ ଛିଡା ହୋଇଛନ୍ତି । ମହାମାରୀ ବିରୋଧରେ ହେଉଥିବା ଯୁଦ୍ଧରେ ଓଡିଶାର ଜଗତସିଂପୁରର ସ୍ୱୟଂସେବକ ମାନେ ଯୋଦ୍ଧା ସାଜି ଆଗକୁ ଆସିଛନ୍ତି । ଆଜକୁ ୧୨ଦିନ ହେବ ଗରୀବ ଲୋକମାନଙ୍କୁ ଅନେକ ପ୍ରକାର ସେବା ଯୋଗାଉଛନ୍ତି ।
ଜଗତସିଂପୁର ନଗରର ସ୍ୱୟଂସେବକମାନେ ନଗରର ହାଟ ବଜାର, ଜୟଗଡ,ସାଥି ଭଉଣୀ ମନ୍ଦିର(କାଠ ଗୋଲା) ଅଂଚଳରେ ୧୨ ଦିନ ହେବ ରନ୍ଧାଖାଦ୍ୟ ଯୋଗାଉଛନ୍ତି । ଏହି ଅଂଚଳର ୧୦୦ ଲୋକଙ୍କୁ ଦୁଇ ଓଳି ରନ୍ଧାଖାଦ୍ୟ ଦେବା ସହ ସ୍ୱୟଂସେବକମାନେ ମାକ୍ସ ବିତରଣ କରିଥିଲେ । ସାମାଜିକ ଦୂରତ୍ୱ ଓ ବାରମ୍ବାର ହାତଧୋଇବା ପାଇଁ ମଧ୍ୟ ଲୋକମାନଙ୍କ ମନରେ ଜାଗରଣ ସୃଷ୍ଟି କରୁଛନ୍ତି ।

Comments