ଫୁଲବାଣୀ ରକ୍ତଭାଣ୍ଡାରରେ ରକ୍ତର ଅଭାବକୁ ଦୁର କରିବାପାଇଁ ଆରଏସଏସର ରକ୍ତଦାନ ଶିବିର



ଫୁଲବାଣୀ: ଆଜି ଫୁଲବାଣୀ ରକ୍ତ ଭାଣ୍ଡାରେ ଫୁଲବାଣୀ ନଗର ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ତରଫରୁ ଏକ ସ୍ୱେଛାକୃତ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ଲକଡାଉନ ଅବସରରେ ଫୁଲବାଣୀ ରକ୍ତଭାଣ୍ଡାରରେ ରକ୍ତର ଘୋର ଅଭାବକୁ ଦୁର କରିବାପାଇଁ ସାମାଜିକ ଦୁରତାକୁ ବଜାୟ ରଖି ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରକୁ ଫୁଲବାଣୀ ରକ୍ତ ଭାଣ୍ଡାର ଅଧିକାରୀ ଡା.ଜୟଦୀପ ଘୋଷ ଉଦଘାଟନ କରିଥିବାବେଳେ ସଂଘର ନଗର ସେବା ପ୍ରମୁଖ ଶଙ୍କର ବେହେରା ରକ୍ତଦାନ ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଶିବିରରେ ସଂଘର ଜିଲା କାର୍ଯ୍ୟବାହ ନିରଞ୍ଜନ ମିଶ୍ର, ମହାବିଦ୍ୟାଳୟ ଜିଲା ପ୍ରମୁଖ ନରେଶ କୁମାର ମହାନ୍ତି,ଜିଲା ସଂଘ ଚାଳକ ରମେଶ ସାହୁଙ୍କ ସମେତ ସଂଘର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏହି ଶିବିରରେ ରକ୍ତଭାଣ୍ଡାରର ଏଲଟି ଲକ୍ଷ୍ମୀଧର ମଣ୍ଡଳ,ଦିନକୃଷ୍ଣ ମହନ୍ତ,ତୁଷାର କାନ୍ତ ପ୍ରଧାନ ଓ ବରୁଣ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ରକ୍ତ ସଂଗ୍ରହ କାର୍ଯ୍ୟରେ ରାଜ୍ୟ ରେଡକ୍ରସର ଆଜୀବନ ସଦସ୍ୟ ତଥା ରକ୍ତଦାତା ପ୍ରଶାନ୍ତ କୁମାର ବେହେରା,ଟିମ ହ୍ୟୁମାନିଟିର ଉପଦେଷ୍ଟା ରମେଶ ଚନ୍ଦ୍ର ମହାନ୍ତି, ଆବାହକ ଭି.ଲୋକନାଥ ରାଜୁ ଓ ସଦସ୍ୟ ବିକାଶ ନାୟକ ଏବଂ ହିମାଂଶୁ ନାୟକ ପ୍ରମୁଖ ସହେଯାଗ କରିଥିଲେ ଶିବିରରେ ପ୍ରଣବ ନାୟକ, ଶେଷ ଦେବ ସାହୁ, ସଞ୍ଜିତ ମଣ୍ଡଳ, ରମେଶଚନ୍ଦ୍ର ସାହୁ,ଶ୍ରୀମତୀ ନମିତା ବେହେରା, ଶ୍ରୀମତୀ ଦୀପିକା ଶତପଥି, ଶ୍ରୀମତୀ ଝିଲି ବେହେରା, ସୁଦର୍ଶନ ବାରିକ,ଶିବାଶିସ ପଣ୍ଡା, ଅମିୟ କୁମାର ଦାସ, ବିଶ୍ୱରଞ୍ଜନ ଦାସ,ଅଜୟ କୁମାର ଶତପଥି ଓ ସୁଶାନ୍ତ ପାତ୍ର ପ୍ରମୁଖ ସହାୟତା କରିଥିଲେ ଏହି ଶିବିରରେ ଲକଡାଉନ ଅବସରରେ ମଧ୍ୟ ୨୭ ଜଣ ପୁରୁଷ ଓ ମହିଳା ସ୍ୱେଛାକୃତ ଭାବରେ ରକ୍ତ ଦାନ କରିଥିଲେ । ତେବେ ଆବଶ୍ୟକତା ବେଳେ ସଂଘ ତରଫରୁ ରକ୍ତଦାନ କରାଯିବ ଏବଂ କିଛି ଦିନ ଅନ୍ତରରେ ପୁଣି ଏକ ଶିବିରର ଆୟୋଜନ କରାଯିବ ବୋଲି ସେବା ପ୍ରମୁଖ ଶ୍ରୀ ବେହେରା କହିଛନ୍ତି ।






Comments