ଦ୍ୱିତୀୟ ପୁଲୱାମା ବିସ୍ଫୋରଣ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସୁରକ୍ଷା ବାହିନୀ

The wreckage of the car that was carrying 40-45 kg of IED in Pulwama.
ପୁଲୱାମା,୨୮ା୫ : ପାକିସ୍ତାନ ଓ ଚୀନ୍‌ର ମିଳିତ ଷଡଯନ୍ତ୍ରରେ ସଂଗଠିତ ହେବାକୁ ଯାଉଥିବା ଦ୍ୱିତୀୟ ପୁଲୱାମା ବିସ୍ଫୋରଣ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସୁରକ୍ଷା ବାହିନୀ । ଆଜି ପୁଲୱାମା ଠାରେ ଏକ ସାଣ୍ଟ୍ରୋ କାରରେ ୫୦ କେଜିରୁ ଊର୍ଦ୍ଧ୍ୱ ଆଇଇଡି ଉଚ୍ଚ ବିସ୍ଫୋରକ ସାମଗ୍ରୀକୁ ଜବତ କରିଛି ଭାରତୀୟ ସେନା । ସେହିପରି ମୋବା ନିଷ୍କ୍ରିୟକାରୀ ଦଳଙ୍କ ଦ୍ୱାରା ଏହି ଆଇଇଡି ବିସ୍ଫୋରକକୁ ନିଷ୍କ୍ରିୟ କରାଯାଇଥିଲା । ତେବେ ବିସ୍ଫୋରକ ସାମଗ୍ରୀର ସାନ୍ଦ୍ରତା ଏତେ ଅଧିକ ଥିଲା ଯେ ନିଷ୍କ୍ରିୟ ସମୟରେ ଯେଉଁ ବିସ୍ଫୋରଣ ହୋଇଥିଲା ଏଥିରେ ପୁଲୱାମା ଅଞ୍ଚଳର ଅନେକ ବାସଗୃହ ଗୁଡିକ ଦୋହଲିଥିଲା । ସେହିପରି ୫୦ରୁ ଅଧିକ ଘରର କାଚ ଝରକା ମଧ୍ୟ ଭାଙ୍ଗି ଯାଇଛି । ତେବେ ଗୁଇନ୍ଦା ବିଭାଗର ତଥ୍ୟକୁ ଆଧାର କରି ଗତ ତିନିଦିନ ଧରି ଜାମ୍ମୁ-କାଶ୍ମୀର ପୋଲିସ, ସିଆରପିଏଫ୍‌, ବିଏସ୍‌ଏଫ୍ ଓ ଭାରତୀୟ ସେନା ମିଳିତ ରୂପେ ଆତଙ୍କବାଦୀଙ୍କ ଏହି ଷଡଯନ୍ତ୍ର ଉପରେ ନଜର ରଖିଥିଲେ । ଆଜି ସକାଳେ ପୁଲୱାମାର ରାଜପୋରା ଏରିଆରେ ଏକ ନକଲି ନମ୍ବର ବିଶିଷ୍ଟ ଏକ ସାଣ୍ଟ୍ରୋ କାର୍‌ଟି ଆସୁଥିଲା । ତେବେ ଚେକିଂ ପଏଣ୍ଟରେ କାର୍ଯ୍ୟରତ ସୁରକ୍ଷାବାହିନୀ କାର ଡ୍ରାଇଭରକୁ ଇସାରା ଦେଇ ସାଇଡ୍ କରିବାକୁ କହିଥିଲେ । ମାତ୍ର କାର ଡ୍ରାଇଭର ଜଣକ ବ୍ୟାରିକେଡ୍ ଭାଙ୍ଗି ଅନ୍ୟ ରାସ୍ତା ଦେଇ କାର ନେଇଯିବାକୁ ଉଦ୍ୟମ କରିଥିଲା । ଅନ୍ୟପଟେ କାର ଡ୍ରାଇଭରର ଏଭଳି ହରକତ ଦେଖି ସୁରକ୍ଷକର୍ମୀ ଗୁଳି ଚଳାଇବା ଆରମ୍ଭ କରିଥିଲେ । ତେବେ ଡ୍ରାଇଭର ଜଣଙ୍କ ଏହି ଆଇଇଡି ଭର୍ତ୍ତି ସାଣ୍ଟ୍ରୋ କାରକୁ ବ୍ୟାରିକେଡ୍ ନିକଟରେ ଛାଡିଦେଇ କୌଶଳକ୍ରମେ ଖସି ଯାଇଥିଲା । ଅନ୍ୟପଟେ ସୁରକ୍ଷାକର୍ମୀମାନେ କାରଟି ତନଖି ବେଳେ ଏତେ ପରିମାଣର ଆଇଡି ବିସ୍ଫୋରକ ଦେଖି ହତବାକ ହୋଇପଡିଥିଲେ । ଏହି ଅଞ୍ଚଳକୁ ସିଲ୍ କରାଯାଇ ଛାନ୍‌ଭିନ୍ କରାଯାଉଛି । ଅନ୍ୟପଟେ ଏହି କାର୍‌ଟି ୪ଶହ ସିଆରପିଏଫ୍ ଯବାନକୁ ନେଇ ଆସୁଥିବା କାଫେଲା ସହିତ ଧକ୍କା କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଜଣାପଡିଛି । ୨୦୧୯ରେ ପାକିସ୍ତାନ ପୁଲୱାମାରେ ବିସ୍ଫୋରଣ ଘଟାଇ ୪୦ଜଣ ସିଆରପିଏଫ୍ ଯବାନଙ୍କୁ ସହୀଦ୍ କରିଥିଲା । ଏହାପରେ ଭାରତୀୟ ସେନା ଏହାର ପ୍ରତିଶୋଧ ନେବା ପାଇଁ ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କବାଦୀଙ୍କ ଶିବିର ଉପରେ ବୋମା ମାଡ କରି ଏହାକୁ ଧ୍ୱସ୍ତବିଧ୍ୱସ୍ତ କରି ପକାଇଥିଲା । ସମାନ ଉପାୟ ଆପଣାଇ ଚୀନ୍ ଓ ପାକିସ୍ତାନ ଜାମ୍ମୁ-କାଶ୍ମୀରରେ ଏକ ବଡ ଧରଣର କାଣ୍ଡ ଘଟାଇବା ପାଇଁ ଷଡଯନ୍ତ୍ର କରି ବିଫଳ ହୋଇଛନ୍ତି । ଅନ୍ୟପଟେ ଆତଙ୍କବାଦୀଙ୍କ ଷଡଯନ୍ତ୍ର ଆଜି ଯଦି ସଫଳ ହୋଇଥାନ୍ତା ତେବେ ଭାରତ-ପାକିସ୍ତାନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧକୁ ଅଟକାଇବା ଏତେଟା ସହଜ ହୋଇନଥାନ୍ତା । ଅନ୍ୟପଟେପାକିସ୍ତାନ ପ୍ରଧାମନ୍ତ୍ରୀ ଇମ୍ରାନ ଖାନ୍ ଗତ କିଛିଦିନ ଧରି ଭାରତ ବିରୋଧରେ ବିଶୋଦଗାର କରିବା ସହ ବାଲାକୋଟ ଢାଞ୍ଚାରେ ଭାରତ ପୁଣିଥରେ ଆକ୍ରମଣ କରିପାରେ ବୋଲି ମଧ୍ୟ ନିଜ ପ୍ରାୟଜିତ ଢଙ୍ଗରେ କହି ଆସୁଛନ୍ତି । ସେହିପରି ଏହି ଗାଡିଟି ମଧ୍ୟ ଚୋରି କରାଯାଇଥିବା ଜଣାପଡିଛି । ଅନ୍ୟପଟେ ଏହି ଗାଡିରେ ଏକ ନକଲି ନମ୍ବର ମଧ୍ୟ ଲାଗିଥିଲା ।

Comments