ରାଉରକେଲା, ୨୮ ।୫ : ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ରହୁଥିବା ସ୍ଥାନନାଲାରୋଡକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇ ନିୟମାନୁସାରେ ଅଞ୍ଚଳର ପ୍ରବେଶ ପଥକୁବ୍ୟାରିକେଟିଂ ମାଧ୍ୟରେ ସିଲ ମଧ୍ୟ କରାଯାଇଥିଲା । ତେବେ ଗତ ୨୬ ତାରିଖରେ ବ୍ୟାରିକେଟ ହଟାଇବା ଦାବିରେ ନାଲାରୋଡ ଅଞ୍ଚଳବାସୀମନେ ବ୍ୟାରିକେଟ ଭାଙ୍ଗି ଦେବା ସହ ପୋଲିସ ଉପରକୁ ପଥର ମାଡ ମଧ୍ୟ କରିଥିଲେ । ଫଳରେ ଜଣେ ଇନ୍ସପେକ୍ଟର, ୩ ଜଣ ସବଇନ୍ସପେକ୍ଟର ସମେତ ୧୨ ଜଣ ପୋଲିସ କର୍ମଚାରୀମାନେ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣାକୁ ନିନ୍ଦା କରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ସହରର ବିଭିନ୍ନ ଥାନାରେ ଗଣ୍ଡଗୋଳକାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ଅଭିଯୋଗପତ୍ର ଦାଖଲ କରାଯାଇଥିବା ଜଣାପଡିଛି । ବିଶ୍ରା ଛକଠାରେ ଥିବା ଜୋନାଲ ଡିଏସପିଙ୍କ କାର୍ଯ୍ୟରେ ଯୁବନେତା ଅଙ୍ଗୁଶ ବର୍ମାଙ୍କ ନେତୃତ୍ୱରେ ଅଭିଯୋଗ ପତ୍ର ଦାଖଲ ହୋଇଥିବାବେଳେ ଏଠି ବିଜେପି ନେତା ନିହାର ରାୟ, ଲତିକା ପଟ୍ଟନାୟକ, ରାଜେନ୍ଦ୍ର ସାହୁ ସମେତ ଅନ୍ୟ ନେତାମାନେଥିଲେ । ସେହିପରି ସେକ୍ଟର -୧୯ ଥାନାରେ ବିଜେପି ନେତା ଗଙ୍ଗାଧର ଦାସଙ୍କ ନେତୃତ୍ୱରେ ଅଭିଯୋଗ ଦାଖଲ କରାଯାଇଥିବା ଜଣାପଡିଛ ।
Comments
Post a Comment