ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିତ୍ତୀୟ ସ୍ଥିରତା ଏବଂ ବିକାଶ ପରିଷଦ (ଏଫଏସ୍‌ଡିସି)ର ୨୨ତମ ବୈଠକ ଅନୁଷ୍ଠିତ


 ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ବିତ୍ତୀୟ ସ୍ଥିରତା ଓ ବିକାଶ ପରିଷଦ ଏଫ୍‌ଏସ୍‌ଡିସିର ୨୨ତମ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଗର୍ଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ଅଂଶଗ୍ରହଣ କରିଥିଳେ । ଅର୍ଥ ତଥା ରାଜସ୍ୱ ବିଭାଗ ସଚିବ ଅଜୟ ଭୂଷଣ ପାଣ୍ଡେ, ଆର୍ଥିକ ବ୍ୟାପାର ବିଭାଗ ସଚିବ ତରୁଣ ବଜାର, ବିର୍ତ୍ତୀୟ ସେବା ବିଭାଗ ସଚିବ ଦେବାଶିଷ ପଣ୍ଡା, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସଚିବ ଅଜୟ ପ୍ରକାଶ ସାହାନୀ କର୍ପୋରେଟ୍ ମନ୍ତ୍ରଣାଳୟ ସଚିବ ଇଞ୍ଜେଟି ଶ୍ରୀନିବାସ, ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଡ. କୃଷ୍ଣମୂର୍ତ୍ତି ବି ସୁବ୍ରମଣ୍ୟମ୍‌, ଭାରତୀୟ ପ୍ରତିଭୂତି ଏବଂ ନିୟାମକ ଅଧ୍ୟକ୍ଷ ତ୍ୟାଗୀ, ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁପ୍ରିତମ୍ ବନ୍ଦୋପାଧ୍ୟା ଏବଂ ଭାରତୀୟ ଦେବାଳିଆ ଏବଂ ଦେବାଳିଆପଣ ବୋର୍ଡର ଅଧ୍ୟକ୍ଷ ଡ.ଏମ୍‌ଏସ୍ ସାହୁଙ୍କ ସମେତ ଭାରତ ସରକାର ତଥା ବିର୍ତ୍ତୀ କ୍ଷେତ୍ର ନିୟମାବଳି ଗୁଡିକର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ଏହି ବୈଠକରେ ବର୍ତ୍ତମାନର ବୈଶ୍ମିକ ଏବଂ ଘରୋଇ ବୃହତ୍ ଆର୍ଥିକ ସ୍ଥିତି ବିତ୍ତୀୟ ସ୍ଥିରତା ଏବଂ ଦୁର୍ବଳତା ସଂକ୍ରାନ୍ତ ପ୍ରସଙ୍ଗ, ବ୍ୟାଙ୍କ ଏବଂ ଅନ୍ୟ ବିତ୍ତୀୟ ସଂସ୍ଥାନ ସମ୍ମୁଖରେ ଦେଖାଦେଇଥିବା ପ୍ରମୁଖ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏହାବ୍ୟତୀତ ବଜାରରେ ଅସ୍ଥିରତା, ଘରୋଇ ସ୍ତରରେ ସମ୍ବଳ ସଂଗ୍ରହ ଏବଂ ପୁଞ୍ଜି ପ୍ରବାହ ସହ ଜଡିତ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା । କୋଭିଡ୍‌-୧୯ ମହାମାରୀ ସଙ୍କଟ ବୈଶ୍ୱିକ ଆର୍ଥିକ ପ୍ରଣାଳୀର ସ୍ଥିରତା ଲାଗି ଏକ ଗମ୍ଭୀର ବିପଦ କାରଣ ସଙ୍କଟର ସମ୍ଭାବ୍ୟ ଅନ୍ତିମ ପ୍ରଭାବ ଏବଂ ଅର୍ଥ ବ୍ୟବସ୍ଥାର ସୁଧାର ଆସିବାର ସମୟ ବର୍ତ୍ତମାନ ସୁଦ୍ଧା ଅନିଶ୍ଚିତତା ବୋଲି ପରିଷଦ ବୈଠକରେ ମତପ୍ରକାଶ ପାଇଥିଲା । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଗୁଡିକୁ ପତ୍ର ଲେଖାଯାଇଛି । ମନ୍ତ୍ରଣାଳୟର ଗାଇଡ୍‌ଲାଇନ୍‌କୁ କଡାକଡି ଭାବେ ଲାଗୁ କରିବା ଲାଗି ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ଗୃହ ମନ୍ତ୍ରଣାଳୟର ଗାଇଡ୍‌ଲାଇନ୍ ଅନୁଯାୟୀ ବିଭିନ୍ନ ଜୋନ୍ ନିର୍ଦ୍ଧାରଣ କରିବା ଏବଂ କଟକଣା ଲାଗୁ କରିବା କିମ୍ବା କଟକଣା କୋହଳ କରିବାର କ୍ଷମତା ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଗୁଡିକୁ ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଗାଇଡ୍‌ଲାଇନ୍‌କୁ ପାଳନ କରି କଣ୍ଟେନ୍‌ମେଣ୍ଟ ଜୋନ ନିର୍ଦ୍ଧାରଣ କରିବା ଏବଂ ଏହି ସବୁ ଅଂଚଳରେ ଅବରୋଧ ପଦକ୍ଷେପକୁ ପ୍ରଭାବୀ ଢ଼ଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ଗୃହମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସୂଚୀତ କରାଯାଇଛି । ସ୍ଥାନୀୟ ପ୍ରଶାସନ ଏସବୁ ଆଦେଶର ଅନୁପାଳନକୁ କଡାକଡି ଭାବେ ଲାଗୁ କରିବା ଉଚିତ୍ । କୋଭିଡ୍‌-୧୯ ମୁକାବିଲା ଲାଗି ଜାତୀୟ ସ୍ତରରେ ଜାରି ହୋଇଥିବା ନିଦ୍ଦୋଁନାମାକୁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ କଡାକଡି ଲାଗୁ କରିବା ଆବଶ୍ୟକ । ଏହା ସେମାନଙ୍କର ଦାୟିତ୍ୱ । ସେହିପରି କାର୍ଯ୍ୟସ୍ଥଳୀ, ଯାନବାହାନରେ ଯାତ୍ରା ଏବଂ ସର୍ବସାଧାରଣ ସ୍ଥାନରେ ଲୋକମାନେ ମାସ୍କ ପିନ୍ଧିବା, ସ୍ୱଚ୍ଛତା ଓ ପରିମଳ ପ୍ରତି ଧ୍ୟାନ ଦେବା ଆଦିକୁ ନିୟମକୁ କଡାକଡି ଭାବେ ପାଳନ କରାଯିବା ଜରୁରି । ଦେଶରେ ବର୍ତ୍ତମାନ ଦିନକୁ ୩ ଲକ୍ଷରୁ ଅଧିକ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଓ ଏନ୍‌-୯୫ ମାସ୍କ ଉତ୍ପାଦନ ହେଉଛି । ଆଗକୁ ମଧ୍ୟ ଆର୍ଥିକ ସଂସ୍ଥାନଗୁଡିକୁ ନଗଦ ପ୍ରବାହ ଓ ପୁଞ୍ଜି ସମ୍ବନ୍ଧୀୟ ଆବଶ୍ୟକତାକୁ ପୂରଣ କରାଯିବା ପ୍ରତି ଧ୍ୟାନ ଦିଆଯିବ । ଏଫ୍‌ଏସଡିସି ପକ୍ଷରୁ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ମଧ୍ୟ ସଦସ୍ୟମାନେ ସମୀକ୍ଷା କରିଥିଲେ ।

Comments