ହିଜିବୁଲର ଦୁଇ ଆତଙ୍କୀଙ୍କୁ ଗିରଫ ଗଲା ସେନା


ଶ୍ରୀନଗର: ଦକ୍ଷିଣ କାଶ୍ମୀରର ହନ୍ଦୱାଡାରେ ସୁରକ୍ଷାକର୍ମୀ ଗୁରୁବାର ଆତଙ୍କୀ ସଂଗଠନ ହିଜିବୁଲ ମୁଜାହିଦ୍ଦୀନର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି । ଧରାପଡିଥିବା ଆତଙ୍କୀଙ୍କ ପାଖରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିବାରୁଦ ଜବତ କରାଯାଇଛି । ଦୁଇ ଜଣଙ୍କୁ ପଚରା ଉଚରା ଚାଲିଛି । ମକଦ୍ଦମା ମଧ୍ୟ ରୁଜୁ କରାଯାଇଛି । ଜମ୍ମୁ କାଶ୍ମୀର ପୋଲିସ, ସେନାର ୩୦ ଆରଆର୍ ଏବଂ ୯୨ ବାଟାଲିଅନ ସିଆର୍‌ପିଏଫ କାଲଗୁଣ୍ଡ ଅଞ୍ଚଳରେ ଏକ ନାକାବନ୍ଦି ଲଗାଇଥିଲେ । ଏହି ସମୟରେ ଦୁଇ ସନ୍ଦିଗ୍ଧ ଦେଖା ଯାଇଥିଲେ । ଯେବେ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇ ପଚରା ଉଚରା କରିବାକୁ ଉଦ୍ୟମ କରିଥିଲେ ତେବେ ସେମାନେ ଘଟଣାସ୍ଥଳରୁ ପଳାୟନ କରିବାକୁ ଉଦ୍ୟମ କରିଥିଲେ । ଯାହାପରେ ସୁରକ୍ଷାକର୍ମୀ ସେମାନଙ୍କ ପିଛା କରି ଗିରଫ କରିଥିଲା । ଧରାପଡିଥିବା ଆତଙ୍କୀଙ୍କ ପରିଚୟ ଆସିଫ ଅହମଦ ଡାର ଏବଂ ମୁଜମ୍ମିଲ ଅହମ୍ମଦ ପିର ରୂପରେ ହୋଇଛି । ଏମାନଙ୍କ ପାଖରୁ ଦୁଇଟି ପିସ୍ତଲ, ଦୁଇଟି ମାଗାଜିନ, ୨୦ ପିସ୍ତଲ କାରତୁସ ଜବତ କରାଯାଇଛି । ଏହି ୨ଜଣ ଆତଙ୍କୀ ୨୦୧୮ରୁ ହିଜିବୁଲ ପାଇଁ କାମ କରୁଥିଲେ ।

Comments