କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟଲ୍ ନିଶଙ୍କ ଉଚ୍ଚ ଶିକ୍ଷା ଅନୁଷ୍ଠାନର ମୁଖ୍ୟମାନଙ୍କ ସହିତ ଆଲୋଚନା

ନୂଆଦିଲ୍ଲୀ : ନ୍ୟାସନାଲ୍ ଆସେସ୍‌ମେଣ୍ଟ ଓ ଆକ୍ରିଡିଏସନ୍ କାଉନ୍‌ସିଲ୍‌, ବେଙ୍ଗାଲୁରୁ ଦ୍ୱାରା ଆୟୋଜିତ ୱେବିନାର ଜରିଆରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟଲ୍ ନିଶଙ୍କ ୪୫ ହଜାରରୁ ଉର୍ଦ୍ଧ୍ୱ ଉଚ୍ଚ ଶିକ୍ଷା ଅନୁଷ୍ଠାନର ମୁଖ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ୱେବିନାରରେ ସାରା ଦେଶରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର କୁଳପତି, ରେଜିଷ୍ଟ୍ରାର ପ୍ରପେସର ଆଇକ୍ୟୁଏସି ମୁଖ୍ୟ ଅଧ୍ୟକ୍ଷ ଅଧ୍ୟାପକ ମାନେ ଅଂଶଗ୍ରହଣ କରିଥିଳେ । ଏହି ମହାମାରୀ ସମୟରେ ନାକର ଭୂମିକାକୁ ଶ୍ରୀ ପୋଖରିୟାଲ ପ୍ରଶଂସା କରିଥିଲେ । ଏହି ପରିସ୍ଥିତିକୁ ଏକ ସୁଯୋଗ ଭାବେ ଗ୍ରହଣ କରି ବ୍ୟବସ୍ଥାର ସୀମାକୁ ଉର୍ଦ୍ଧ୍ୱକୁ ନେବା ନିମନ୍ତେ ସେ ଆହ୍ୱାନ କରିଥିଲେ । ଏହି ଆଲୋଚନା ସମୟରେ ଶିକ୍ଷାବିତ୍ ମାନଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଶିକ୍ଷାବର୍ଷ ଅନ୍‌ଲାଇନ୍ ଶିକ୍ଷା, ପରୀକ୍ଷା, ଶୁଳ୍କ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଫେଲୋସିପ୍‌, ନିଟ୍ ପ୍ରବେଶିକା ପରୀକ୍ଷା ଆଦି ବିଭିନ୍ନ ପ୍ରସଙ୍ଗରେ ମନ୍ତ୍ରୀ ଉତ୍ତର ଦେଇଥିଲେ । ଏସବୁ ବୃହତ୍ ମହାନଗରରେ ଜାତୀୟ ହାର ତୁଳନାରେ ଅଧିକ ଦ୍ରୁତ ବେଗରେ ମାମଲା ସଂଖ୍ୟା ଦ୍ୱିଗୁଣିତ ହେଉଛି । ହି ସଂକ୍ରମଣକୁ ଭୟ ନକରି ସଚେତନର ସହିତ ପଦକ୍ଷେପ ନେବା ଏବଂ ସାମାଜିକ ଦୂରତ୍ୱକୁ ଅବଲମ୍ବନ କରିବା ଦିଗରେ ସମସ୍ତଙ୍କୁ ସୂଚନା ଦେବା ସହିତ ଏହି ସହଯୋଗୀ ମାନେ କରିଥିଲେ । ଏହି ସଂକଟ ସମୟରେ ଛାତ୍ରଛାତ୍ରୀଙ୍କୁ ସବୁପ୍ରକାରର ସହଯୋଗ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୟୁଜିସି ଅଧ୍ୟକ୍ଷ ପ୍ରଫେସର ଡିପି ସିଂ, ନାକ ଇସି ଅଧ୍ୟକ୍ଷ ପ୍ରଫେସର ବିରେନ୍ଦ୍ର ଏକ ଚୌହାନ୍‌, ନାକ ନିର୍ଦ୍ଦେଶକ ପ୍ରଫେସର ଏସ୍‌ସି ଶର୍ମା ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।

Comments