ଡାବୁଗାଁ: ଡାବୁଗାଁ ବିଜେପି କାର୍ଯ୍ୟାଳୟରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ସମସ୍ତ ସରକାରୀ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଏବର୍ଷ ଅତିସାଧାରଣ ଭାବରେ ପାଳନ କରାଯାଇଛି । ଏ ଅବସରରେ ଜିଲ୍ଲା ବିଜେପି ଉପସଭାପତି ଜୟନ୍ତ କୁମାର ପାତ୍ର ଉପସ୍ଥିତ ରହି କହିଥିଲେ ଯେ ଅଖଣ୍ଡ ଭାରତର ନିର୍ମାଣ ପାଇଁ ଆମକୁ ମୁଖାର୍ଜୀଙ୍କ ଆଦର୍ଶରେ ଆଗକୁ ବଢ଼ିବାକୁ ପଡ଼ିବ । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ଜେ ରାଜଶେଖର ରାଓ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟା ମନୋରମା ନାଏକ, ସାଧାରଣ ସମ୍ପାଦକ ମହେଶ ପାତ୍ର, ଭୀମସେନ ଜେନା, ମୋହନ ପରିଛା, ରାମ ଜେନା, ପିଣ୍ଟୁ ପୂଜାରୀ ଓ ଭିକି ରାଓ ପ୍ରମୁଖ ଉପସ୍ଥିତ ଥିଲେ
Comments
Post a Comment