ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚଳିତ ରଥଯାତ୍ରାକୁ ନେଇ ଉପୁଜିଥିବା ବିବାଦକୁ ନେଇ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପକୁ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି । ଯାହା ଫଳରେ ଆଜି ଅଗଣୀତ ଜଗନ୍ନାଥ ପ୍ରେମୀ ଉତ୍ସାହିତ ଥିବା କହିଛନ୍ତି । ତା ସହ କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷରେ ଦେଶରେ ହୋଇଥିବା ବିକାଶର ଚିତ୍ରକୁ ଲୋକଲୋଚନକୁ ଆଣିବାକୁ ଜିଲ୍ଲା ବିଜେପି ପକ୍ଷରୁ ପ୍ରୟାସ କରାଯାଇଛି । ବିଜେପି ସରକାରଙ୍କ ଏହି ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ଭର୍ଚୁଆଲ ରାଲି ହେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର । ଆସନ୍ତା ୨୬ ତାରିଖରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ଏହି ରାଲି ହେବାକୁ ଥିବାବେଳେ ୩୦ ତାରିଖରେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହେବ । ଏହି ରାଲିରେ କିଭଳି ଅଧିକରୁ ଅଧିକ ଲୋକ ଭାଗ ନେଇ ପାରିବେ ସେନଇ ଦଳ ପକ୍ଷରୁ ପ୍ରସ୍ତୁତି ଚାଲିଥିବା କହିଛନ୍ତି ସେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ଯୁବ ମୋର୍ଚ୍ଚା ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ନଗର ସଭାପତି ଜଗତଜ୍ୟୋତି ତ୍ରିପାଠୀ, ନଗର ସଂପାଦକ ପ୍ରଫୁଲ୍ଲ କୁମାର ସାହୁ, ନଗର ସଂପାଦକ ସୁରେଶ ବିଶ୍ୱାଳ, ବିରମହାରାଜପୁର ନିର୍ବାଚନ ମଣ୍ଡଳୀର ସଂଯୋଜକ ବେଣୁଧର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ
Comments
Post a Comment