ଡ଼ଃ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 'ବଳିଦାନ ଦିବସ' ପାଳନ





କଟକ, ୨୩/୦୬  ଭାରତୀୟ ଜନତା ପାର୍ଟି, ବାରବାଟୀ କଟକର ଡ଼ଃ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ \'ବଳିଦାନ ଦିବସ\' ଦେଉଳସାହି ସ୍ଥିତ ମୋନାଲିସା ପ୍ୟାଲେସ୍ ଠାରେ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ମନ୍ତ୍ରୀ ଶ୍ରଯୁକ୍ତ ସମୀର ଦେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଡ଼ଃ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଭାରତମାତା ପ୍ରତି ଥିବା ପ୍ରଖର ରାଷ୍ଟ୍ରଭକ୍ତି, ମାନବତାର ଉପାସକ, ବିଶିଷ୍ଟ ଶିକ୍ଷାବିତ ଓ ଭାରତୀୟ ଜନ ସଂଘର ସଂସ୍ଥାପକ ଥିବା ସହ ସେ ଦେଇଥିବା \'ଏକ ଦେଶ ମେ ଦୋ ନିଷାନ୍ ଦୋ ବିଧାନ ଦୋ ପ୍ରଧାନ ନେହିଁ ଚଲେଗା\' ଶ୍ଳୋଗାନକୁ ବର୍ତମାନ ଭାରତର ଜଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ୍ ଶାହା ତାହାକୁ ବାସ୍ତବତାରେ ସାକାର କରିଛନ୍ତି । ତେଣୁ ଏହି \'ବଳିଦାନ ଦିବସ\'ରେ ଶ୍ରୀଯୁକ୍ତ ଦେ ରାଷ୍ଟ୍ରପ୍ରତି ଥିବା ନିଜର ଦାୟିତ୍ୱ ବୋଧକୁ ସୂଚାରୁ ରୂପେ ତୁଲାଇବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । କଟକ ନଗର ଜିଲ୍ଲା ସଭାପତି ଶ୍ରୀ ଲଲାଟେନ୍ଦୁ ବଡ଼ୁଙ୍କ ସଭାପତିତ୍ୱରେ ଏହି ସଭାରେ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ନେତା ଶ୍ରୀଯୁକ୍ତ ସଜ୍ଜନ ଶର୍ମା, ଲକ୍ଷ୍ମୀଧର ପ୍ରଧାନ, ରାଜେନ୍ଦ୍ର ସାମଲ, ସୁକାନ୍ତ ସିଂହ, ବିଜୟ ମହାପାତ୍ର, ବିରେନ୍ଦ୍ର ସାହୁ, ରଶ୍ମିରେଖା ଦାସ, ମଣ୍ଡଳ ସଭାପତି ଶ୍ରୀ ଲଲାଟେନ୍ଦୁ ଦାସ ଓ ପୁଷ୍ପିତା ମହାପାତ୍ର, ହରପ୍ରସନ୍ନ ଦାଶ, ପୂର୍ବତନ କର୍ପୋରେଟର ଚିତ ରନ ଦାସ, ଦେବାଶିଷ ରାୟ, ସୁକାନ୍ତ ବିଶ୍ୱାଳ, ମୀନକେତନ ଦାସ, ଅକ୍ଷୟ ଆଚାର୍ଯ୍ୟ, ଶିବ ନାଏକ, ସିବ ରଣା, ସୟ ନାଏକ, ଯୁବମୋର୍ଚ୍ଛା ସଭାପତି ଶ୍ରୀ ସ୍ୱାଧୀନ ମହାନ୍ତି, ସୂର୍ଯ୍ୟସ୍ନାନ ବିଶ୍ୱାଳ, ପ୍ରଶାନ୍ତ ଦାସ, ଦିଲ୍ଲୀପ ଦାସ, ବ୍ରହ୍ମାନନ୍ଦ ସିଂ, ଅମ୍ବିକା ଦାସ, ସୁମିତ୍ରା ସ୍ୱାଇଁ, ସସ୍ମିତା ରାଉତ, ରମେଶ ପ୍ରଧାନ, ପବିତ୍ର ମୋହନ ଦାସ, ଅମିତ ମିତ୍ର, ସାର୍ଥକ ରାୟ, ଜ୍ୟୋତିରନ ପଲେଇ, ଅନନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । 

Comments