ବ୍ରହ୍ମପୁର: ବୁଧବାର ଦିନ ଜନ ସଂଘର ପ୍ରତିଷ୍ଠାତା ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୬୭ତମ ବିଳଦାନ ଦିବସ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ସ୍ଥାନୀୟ ଗାନ୍ଧୀନଗର ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି । ଏଥିରେ ପୂର୍ବତନ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି କାହ୍ନୁ ଚରଣ ପତି ଯୋଗ ଦେଇ ପ୍ରଦୀନ ପ୍ରଜ୍ଜ୍ୱଳନ କରିବା ସହ ଭାରତମାତା ପ୍ରତି ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଥିବା ପ୍ରଖଣ୍ଡ ରାଷ୍ଟ୍ରଭକ୍ତି ସମ୍ପର୍କରେ ଆଲୋକପାତ କରିଥିଲେ । ସେ ମାନବତାର ଉପାସକ, ବିଶିଷ୍ଟ ଶିକ୍ଷାବିତ ଓ ଭାରତୀୟ ଜନସଂଘର ସଂସ୍ଥାପକ ସହିତ ତାଙ୍କର ଏକ ଦେଶ ମୋ ଦୋନିସାନ ଦୋ ବିଧାନ ଦୋ ପ୍ରଧାନ ନାହି ନଲେଗା ଶ୍ଲୋଗାନକୁ ବର୍ତମାନ ଭାରତର ଯଶସ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଓ ଗୃହମନ୍ତ୍ରୀ ଅମିତ ଶାହା ବାସ୍ତବତାରେ ସାକାର କରିଛନ୍ତି ବୋଲି କହିଥିଲେ । ତେଣୁ ଏହି ବଳିଦାନ ଦିବସ ଅବସରରେ ଶ୍ରୀପରି ଦେଶ ପ୍ରତି ଥିବା ନିଜର ଦାୟୀତ୍ୱବୋଧକୁ ସୂଚାରୁ ରୂପେ ତୁଲାଇବାକୁ କାର୍ଯ୍ୟକର୍ତା ମାନଙ୍କୁ ଆହ୍ୱାନ ଦେଇଥିଲେ । ଏ ଅବସରରେ ଜିଲ୍ଲାର ଅନ୍ୟ ବକ୍ତା ମାନେ ମଧ୍ୟ ଡ଼. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଆଜିର ଏହି ସଭାରେ ଜିଲ୍ଲା ଉପ ସଭାପତି ସୁନିଲ କୁମାର ସାହୁ, ପ୍ରଭାତ କିରଣ ଷଡ଼ଙ୍ଗ, ନମିତାରାଣୀ ପଣ୍ଡା, ମଦନ ମୋହନ ପାତ୍ର, ଭାବଗ୍ରାହୀ ପାତ୍ର, ପ୍ରଦୀପ ମିଶ୍ର, ହେମନ୍ତ ପଣ୍ଡା, କିରଣ କୁମାର ସାହୁ, କମଲ ପାତ୍ର, ଶିବ ଶଙ୍କର ଶତପଥୀ, ସୁନିଲ ପାତ୍ର, ଉପେନ୍ଦ୍ର ସାହୁ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
Comments
Post a Comment