ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଜେପି କାର୍ଯ୍ୟାଳୟରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ ହୋଇ ଯାଇଛି । ସମସ୍ତ ସରକାରୀ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଏ ବର୍ଷ ଅତି ସାଧାରଣ ଭାବରେ ପାଳନ କରାଯାଇଛି । ଏ ଅବସରରେ ଜିଲ୍ଲା ବିଜେପି ଉପ ସଭାପତି ଜୟନ୍ତ କୁମାର ପାତ୍ର ଉପସ୍ଥିତ ରହି କହିଥିଲେ ଯେ ଅଖଣ୍ଡ ଭାରତର ନିର୍ମାଣ ପାଇଁ ଆମକୁ ମୁଖାର୍ଜୀଙ୍କ ଆଦର୍ଶରେ ଆଗକୁ ବଢ଼ିବାକୁ ପଡ଼ିବ । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ଜେ ରାଜଶେଖର ରାଓ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟା ମନୋରମା ନାଏକ, ସାଧାରଣ ସମ୍ପାଦକ ମହେଶ ପାତ୍ର ଓ ଭୀମସେନ ଜେନା, ମୋହନ ପରିଛା, ରାମ ଜେନା, ପିଣ୍ଟୁ ପୂଜାରୀ, ଭୀକି ରାଓ ପ୍ରମୁଖ ଉପସ୍ଥିତ ଥିଲେ ।
Comments
Post a Comment