ଗୁଣପୁର : ଗୁଣପୁର ବ୍ଳକ ଟିଟିମିରି ପଂଚାୟତରେ ମନରେଗାରେ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ବିଜେପି ଗୁଣପୁର ନିର୍ବାଚନ ମଂଡଳି ପାର୍ଥୀ ଶିଶିର ଗମାଂଗ ଅଭିଯୋଗ କରିଚ୍ଥନ୍ତି । ଗୁଣପୁର ପୁର୍ତ୍ତ ବିଭାଗ ବଂଗଳାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନିରେ ବିଜେପି ନେତା ଶିଶିର ଗମାଂଗ ଓ ପୁର୍ବତନ ସାଂସଦ ହେମା ଗମାଂଗ ଏଭଳି ଗୁରୁତର ଅଭିଯୋଗ ଆଣିଚ୍ଥନ୍ତି । ଟିଟିମିରି ପଂଚାୟତ ଖୋଦ ବ୍ଳକ ଅଧ୍ୟକ୍ଷାଂକ ହୋଇଥିବା ବେଳେ ତାଂକ ନାକ ତଳେ ଶ୍ରମିକଂକ ପାଇଁ ଊଦ୍ଧିଷ୍ଟ ଯୋଜନାରେ ମନରେଗାରେ ଏଭଳି ଦୁର୍ନିତି ଘୋଟୁଥିବା ବେଳେ ବ୍ଳକର ଅନ୍ୟ ପଂଚାୟତ ଗୁଡିକରେ କିଭଳି ଦୁର୍ନିତି ନହେଊଥିବା ଏହାକୁ ନେଇ ପ୍ରଶ୍ନ ଊଠ।।ଇଥିଲେ । ପ୍ରବାସୀ ଓଡିଆ ରାଜ୍ୟକୁ ପେଂରିବା ପରେ କେନ୍ଦ୍ର ସରକାର ଶ୍ରମିକଂକୁ ରୋଜଗାର ଯୋଗାଇବା ପାଇଁ ମନରେଗା ଯୋଜନାରେ ଅର୍ଥ ପ୍ରଦାନ କରୁଥିବା ବେଳେ ଏଠାରେ ଖୋଦ ଅଧ୍ୟକ୍ଷାଂକ ପଂଚାୟତରେ ଶ୍ରମିକଂକୁ ଆଢୁଆଳରେ ରଖି ମେସିନ ସାହାର୍ଯ୍ୟରେ ମନରେଗା କାର୍ଯ୍ୟ କରାଯାଇ କିଭଳି ଅର୍ଥ ହରିଲୁଟ କରାଯାଊଥିବା ଶ୍ରା ଗମାଂଗ ଅଭିଯୋଗ କରିଥିଲେ । ଟିଟିମିରି ପଂଚାୟତର ମୁଂଡାଠାରୁ ଡକୁଳ ଗ୍ରାମକୁ ସଂଯୋଗ କରୁଥିବା ଦେଢ କିଲୋମିଟର ରାସ୍ତା ଗତ ଜୁନ ୬ ତାରିଖରେ ମନରେଗା ଯୋଜନାରେ ଶେଷ ହୋଇଚ୍ଥି । ଏହି କାର୍ଯ୍ୟରେ ଗ୍ରାମର ଶ୍ରମିକଂକୁ ନିୟୋଜନ କରାଯାଇ ୧୦ ଲକ୍ଷ ଟଂକା ଖର୍ଚ୍ଚ କରି କାର୍ଯ୍ୟ ସଂପାଦନ ପାଇଁ ଯୋଜନା ମୁତାବକ ନିୟମ ରହିଚ୍ଥି ।ତେବେ ଏହି କାର୍ଯ୍ୟରେ କୈାଣସି ଶ୍ରମିକଂକୁ ନିୟୋଜନ କରାନଯାଇ ଜେପିବି ମେସିନ ଲଗାଇ କାର୍ଯ୍ୟ ସଂପାଦନ କରାଯାଇଥିବା ଶ୍ରୀ ଗମାଂଗ ଅଭିଯୋଗ କରିଥିଲେ । ସୋମବାର ଦିନ ଏହି ଅଂଚଳକୁ ଗସ୍ତ କରି ସେଠାରେ ମନରେଗା କାର୍ଯ୍ୟ କିଭଳି ଚାଲିଚ୍ଥି ଏହାତ୍କ ନେଇ ଅନୁଧ୍ୟାନ କରିବା ସମୟରେ ଶ୍ରମିକଂକ ସହ ଆଲୋଚନା କରିବା ସମୟରେ ଏଭଳି ôଦର୍ନିତି ପଦାକୁ ଆସିଥିଲା ବୋଲି କହିଥିଲେ । ରାଜ୍ୟ ସରକାରଂକ ୫ଟି କାର୍ଯ୍ୟକ୍ରମ ଏଠାରେ ସଂପୁର୍ଣ ଓଲଟା କାର୍ଯ୍ୟକାରୀ ହେଊଚ୍ଥି ବୋଲି ଅଭିଯୋଗ କରିଥିଲେ । ତେବେ ତୁରନ୍ତ ଏହାର ତଦନ୍ତ କରାଯାଇ ସଂପୃକ୍ତ ପିଇଓ ,ଜିଆରଏସ ଓ ସଂପୃକ୍ତ କର୍ମଚାରୀଂକ ବିରୋଦ୍ଧରେ କାର୍ଯ୍ୟାନୁଷ୍ଟାନ ପାଇଁ ଶ୍ରୀ ଗମାଂଗ ଦାବୀ କରିଚ୍ଥନ୍ତି । ତେବେ ବିଡିଓ ଶାନ୍ତିପ୍ରଭା ପ୍ରଧାନଂକୁ ଏଭଳି ଅଭିଯୋଗର ନେଇ ପଚାରିବାରୁ ସେ ଏହାର ତଦନ୍ତ କରାଯିବ ବୋଲି କହିଥିଲେ ।
Comments
Post a Comment