ବିଜେପି ଛଦେଶ ମଣ୍ଡଳ ତରଫରୁ ରକ୍ତଦାନ ଶିବିର


ଢେଙ୍କାନାଳ୨୩ ।୬  : ଢେଙ୍କାନାଳ ବିଜେପି ଛଦେଶ ମଣ୍ଡଳ ତରଫରୁ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ମୋଟ ୭୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ବିଷ୍ଣୁପ୍ରସାଦ ଲେଙ୍କା, ଭାପୁର ମଣ୍ଡଳ ସଭାପତି ଧୃବଚରଣ ରାଉତ,ଶଙ୍କରପୁର ମଣ୍ଡଳ ସଭାପତି ଅଭିମନ୍ୟୁ ବେହେରା,ଦିପ୍ତିରଂଜନ ପଣ୍ଡା, ଭାପୁର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି,ବାସୁଦେବ ଧଳ ପ୍ରମୂଖଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ । ରକ୍ତଦାତା ଅନୁପ୍ରେରକ ସଂଘର ଉପସଭାପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟେକ୍ନିସିଆନ ପରମାନନ୍ଦ ପଣ୍ଡା ଏହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ ।

Comments