କଟକ ନଗର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ତରଫରୁ ବଳିଦାନ ଦିବସ ପାଳିତ


କଟକ, ୨୩/୦୬  : ମୋନାଲିସା ମଣ୍ଡପ ଠାରେ କଟକ ନଗର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ତରଫରୁ ଡ଼ଃ.ଶ୍ୟାମା ପ୍ରକାଶ ମୁଖାର୍ଜୀଙ୍କର ୬୭ ତମ ବଳିଦାନ ଦିବସ ପାଳନ କରାଯାଇଥିଲା । ଏଥିରେ ମୋର୍ଚ୍ଚାର ସଭାନେତ୍ରୀ କଳ୍ପନା ପଟ୍ଟନାୟକ ଉପସ୍ଥିତ ରହି ମୁଖାର୍ଜୀଙ୍କ ଦେଶ ପ୍ରତି ଅତୁଳନୀୟ ଅବଦାନ ବିଷୟରେ ଆଲୋଚନା କରିଥିଲେ । ସେହିପରି ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ସ୍ମୃତୀ ପଟ୍ଟନାୟକ କଟକ ନଗର ବିଜେପିର ସଭାପତି ଲଲାଟେନ୍ଦୁ ବଡ଼ ଉପସ୍ଥିତ ରହି ଡ଼ଃ.ମୁଖାର୍ଜୀଙ୍କର ଜମ୍ମୁକାଶ୍ମୀରଭାରତରେ ମିଶାଇବାର ପ୍ରଚେଷ୍ଠା ବିଷୟରେ ଆଲୋଚନା କରିଥିଲେ । ଏହି ସଭାରେ ରଶ୍ମିରେଖା ଦାଶ, ପ୍ରବିନା ମହାପାତ୍ର, ମନୋରମା ରାଉତ, ମମତା ନନ୍ଦୀ, ମାନସୀ ଦାଶ, ରଞ୍ଜିତା ନାୟକ, କ୍ରିଷ୍ଣା ଭୋଳ, ପୁଷ୍ପିତା ଲେଙ୍କା, ଅଶ୍ୱିନୀ ପରିଡ଼ା, ଇତିଶ୍ରୀ ଦାଶ ଏହିପରି ଶତାଧିକ ମହିଳା ଉପସ୍ଥିତ ଥିଲେ ।

Comments