ଯାଜପୁର, ୨୩ ।୬ : ଭାରତୀୟ ଜନସଙ୍ଘର ପ୍ରତିଷ୍ଠାତା, ପ୍ରଖର ରାଷ୍ଟ୍ରବାଦୀ ନେତା ତଥା ବିଶିଷ୍ଠ ଶିକ୍ଷାବିତ ଡ୍. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପବିତ୍ର ବଳିଦାନ ଦିବସ କୋରେଇ ବିଜେପିର ଦଳୀୟ କାର୍ଯ୍ୟାଳୟରେ ପାଳନ କରାଯାଇଛି । ଡ. ମୁଖାର୍ଜୀଙ୍କ ମୁଖ୍ୟ ନାରା ଥିଲା ଏକ ଦେଶ ମେଁ ଦୋ ବିଧାନ ନହିଁ ଚଲେଗା ଏବଂ ୩୭୦ ଧାରା ଉଚ୍ଛେଦ ପାଇଁ ସେଦିନରୁ କରିଆସୁଥିବା ଦାବୀ ଏବେ ନରେନ୍ଦ୍ର ମୋଦୀଙ୍କ ସରକାର ପୂରଣ କରିଛି । ପରବର୍ତ୍ତୀ ଅବସ୍ଥାରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଜନସଂଘ , ଭାରତୀୟ ଜନତା ପାର୍ଟିର ରୂପ ନେଇଥିଲା । ଯୁବ ବିଜେପି ନେତା ବିକ୍ରମ କେଶରୀ ବିଶ୍ୱାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନୀ ଉପରେ ଆଲୋକପାତ ଓ ସ୍ମୃତିଚାରଣ କରାଯିବା ସହ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋରେଇରର ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତା ଓ ଅନେକ ଯୁବମୋର୍ଚ୍ଚା କର୍ମୀ ଉପସ୍ଥିତ ଥିଲେ । ଯୁବନେତା ଲଲାଟେନ୍ଦୁ ନାୟକ, ସୁରେନ୍ଦ୍ର କୁଅଁର, ସଞ୍ଜୟ ବାରିକ୍, ସିଦ୍ଧାର୍ଥ ବିଶ୍ୱାଳ, ସନ୍ଦୀପ ପରିଡ଼ା, ଅମ୍ଳାନ ସାହୁ, ମାନସ ସାହୁ, ପ୍ରଶାନ୍ତ ସାହୁ, ସୁଦାମ ମଲ୍ଲିକ, ରୂପକ ରାଜ, ଚକ୍ରଧର ସାହୁ, ସତ୍ୟଜିତ ବିଶ୍ୱାଳ, ସୁନିଲ ପଥାଳ, ପ୍ରମୋଦ ପାତ୍ର, ସହଦେବ ମଲ୍ଲିକ, ଲକ୍ଷ୍ମୀଧର ନାୟକ, ଚାନ୍ଦିଆ ମଲ୍ଲିକ, ରବୀନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Comments
Post a Comment