ଜିଲ୍ଲା ଆଶା ସାଥୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର



ରାୟଗଡା: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶା ସାଥି ସଂଘ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ୮ ଦଫା ଦାବି ସମ୍ବଳିତ ଦାବିପତ୍ର ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ମାନନୀୟା ନିର୍ଦ୍ଧେଶିକା ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡିଶା ଙ୍କ ଉଦ୍ୟେଶ୍ୟରେ ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ  ରାୟଗଡା ଜିଲ୍ଲା ଓଡିଶା ଆଶା ସାଥି ସଂଘ ରାୟଗଡା ଜିଲ୍ଲା ଶାଖା ପକ୍ଷରୁ ସଂଘ ର ଜିଲ୍ଲା ସଭାନେତ୍ରୀ ମନୋରମା ଦେନିୟା ଓ ସମ୍ପାଦିକା ପଦ୍ମିନୀ ପଢ଼ିଆରୀ ଙ୍କ ନେତୃତ୍ୱରେ ସହରର କାଳୀମନ୍ଦିର ଛକ ଠାରେ ସଂଘ ର ସମସ୍ତ କାର୍ଯ୍ୟ କର୍ତା ଓ ଜିଲ୍ଲାର ସମସ୍ତ ଆଶା ସାଥି ଉପସ୍ଥିତ ହୋଇ କୋଭିଡି ୧୯ ର ସମସ୍ତ ନିୟମକୁ ପାଳନ କରି ସାମାଜିକ ଦୂରତା ରକ୍ଷା କରି ଏକ ଶୋଭା ଯାତ୍ରା ରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏହି କର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଙ୍ଘର ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ସଭାପତି ଶ୍ରୀ ଯୋଗେଶ୍ୱର ଦାସ ଯୋଗ ଦେଇ ଓଡିଶା ରେ କର୍ଯ୍ୟରତ ଆଶା ସାଥୀମାନଙ୍କ ସମସ୍ୟା ଓ ସରକାରଙ୍କ ଦ୍ୱାରା ସେମାନଙ୍କୁ କରାଯାଉଥିବା ଅବହେଳା କୁ ବରଦାସ୍ତ କରାଯିବ ନାହିଁ ଓ ଏଥିପାଇଁ ଏହି ପରି ବିକ୍ଷୋଭ ଜାରି ରହିବ ବୋଲି କହିଥିଲେ କର୍ଜ୍ୟକ୍ରମରେ ଭାରତୀୟ ମଜଦୁର ସଙ୍ଘ ର ଜିଲ୍ଲା ସମ୍ପାଦକ ଶ୍ରୀ ଖଗେଶ୍ୱର ସିଂ ଯୋଗ ଦେଇ ଥିଲେ । ଆଶା ସାଥି ମାନଙ୍କ ୮ ଦଫା ଦାବି ଯଥା ଆଶା ସାଥି ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ୬୦୦୦ ଟଙ୍କା ପ୍ରଦାନ କରାଯିବା, ଆଶା ସାଥୀମାନଙ୍କ ୟୁନିଫର୍ମ ଲାଗୁ କରାଯିବା, ଆଶା ସାଥୀମାନଙ୍କୁ କର୍ଯ୍ୟ ଦକ୍ଷତା କରିବା ପାଇଁ ଟ୍ରେନିଙ୍ଗ ଦିଆଯିବା, ୧୩ ବର୍ଷ ଧରି ଆଶା ଓ ଆଶା ସାଥି ଭାବେ କର୍ଯ୍ୟ କରି ଆସୁଥିବା ରୁ ସେମାନଙ୍କୁ ଇନ୍ସୁରାନ୍ସ ଓ ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ କରାଯିବା, ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କର୍ଯ୍ୟକାରୀ କରିବା ଆଦି ଦାବି ସମ୍ବନ୍ଧରେ ଉଲ୍ଲେଖ କରିବା ସହିତ ରାଜ୍ୟ ରେ ଆଶା ସାଥୀମାନଙ୍କୁ କରାଯାଉଥିବା ଅବହେଳା ବିରୋଧରେ ଆଗକୁ ଅହୁରି ଦୃଢ଼ ବିରୋଧ କରିବା ସହିତ ରାଜ୍ୟପାଳଙ୍କ ଜରିଆରେ ମହା ମହିମା ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ୟେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି କହିଥିଲେ ।  କାର୍ଯ୍ୟକ୍ରମ ରେ ଭରତୀୟ ମଜଦୁର ସଙ୍ଘର ଜିଲ୍ଲା ଉପସଭାପତି ମୋହନ ରାଓ ମାଝୀ ରାୟଗଡା ବ୍ଲକ ସଭାପତି ଗୋପୀନାଥ ଗୌଡ଼ ବ୍ଲକ ସମ୍ପାଦକ ଦୁର୍ଗାମାଧବ ଘୋଷ, ଆଶା ସାଥି ସଂଘ ର ମଞୁଳା ନିମାଲପୁରି, ହିଗୁଳ ରଣା , ଅଞ୍ଜନା ସ୍ୱାଇଁ, ପୁଷ୍ପଲତା ସବର,ଶୁସିଳା ହୁଇକା ଏବଂ ଜିଲ୍ଲାର ସମସ୍ତ ଆଶା ସାଥି ଉପସ୍ଥିତ ରହି ଜିଲ୍ଲା ର ଜିଲ୍ଲାପାଳ ପ୍ରମୋଦ କୁମାର ସେ ବେହେରାଙ୍କ ଜରିଆରେ ଓଡିଶା ର ମାନନୀୟ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଉଦ୍ୟେଶ ରେ ଉକ୍ତ ଦାବି ପତ୍ର ପ୍ରଦାନ କରିଥିଲେ । 






Comments