ମହିଳା ସଶକ୍ତିକରଣ ପାଇଁ ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପଡିବ








ନୂଆଦିଲ୍ଲୀ: ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମହିଳାମାନଙ୍କୁ  ସଶକ୍ତ କରିବା ପାଇଁ ଦିଲ୍ଲୀର ‘ଶକ୍ତି ବିଜ୍ଞାନ ଭାରତୀ ’ସଂଗଠନ  ଦ୍ୱାରା  ସେପ୍ଟେମ୍ବର ୧୯ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ୱେବିନାର ଅନୁଷ୍ଠିତ ହୋଇ ଯାଇଛି । ଏହି ୱେବିନାର ଉଦ୍‌ଘାଟନୀ ଅବସରରେ ବିଜ୍ଞାନ ଭାରତୀର ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ଜୟନ୍ତ ସହସ୍ରବୁଦ୍ଧେ କହିଲେ ଯେ,ମହିଳା ସଶକ୍ତିକରଣ ପାଇଁ ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପଡିବ । ସେମାନେ ଆତ୍ମ ନିର୍ଭରଶୀଳ ହେବାକୁ ହେଲେ ସମସ୍ତେ ନିଜ ନିଜର ‘ସ୍ୱ’ କୁ ଜାଗ୍ରତ କରିବାକୁ ପଡିବ । କାରଣ ‘ସ୍ୱ’ ରୁ ହିଁ ସ୍ୱାଭିମାନ ଜାଗ୍ରତ ହେବ । 


ସେ କହିଲେ ଯେ, ଆମେ କଣ ଥିଲୁ ? ଅର୍ଥାତ ଆମର ଶିକ୍ଷା ବିଜ୍ଞାନ, ସଂସ୍କୃତି କେତେ ଉତ୍କୃଷ୍ଠ ଓ ଉନ୍ନତ ଥିଲା, କିନ୍ତୁ ଆମେ ଆଜି କ’ଣ ହୋଇଗଲୁ ? ଏବଂ ଆମେ କଣ ହେବା ଆବଶ୍ୟକ ? ଏହାକୁ ବିଚାର କରିବାକୁ ପଡିବ । କେବଳ ପରିଚୟ ଜାଗ୍ରତ କରିବା ଦ୍ୱାରା ଆମ ଦେଶ ଏକ ଗୌବରମୟ ସ୍ଥିତିରେ ପହଁଚି ପାରିବ । ରସାୟନ ବିଜ୍ଞାନ କ୍ଷେତ୍ରରେ ସେ ଆଚାର୍ଯ୍ୟ  ପ୍ରଫୁଲ ରାୟଙ୍କ ଅନୁସନ୍ଧାନର ଉଦାହରଣ ଉପସ୍ଥାପନ କରିଥିଲେ । ଯାହାକୁ ଆନ୍ତର୍ଜାତୀୟ ‘ନେଚର ପତ୍ରିକା’ରେ ଗୁରୁତ୍ୱ ଦିଆଯାଇଛି । 


ସଂସ୍ଥାର ଉଦ୍ଦେଶ୍ୟ ବିଷୟରେ ପ୍ରକାଶ କରି ସଂଗଠନର ସଭାପତି ସୁଧା ତିୱାରି କହିଲେ ଯେ, ବିଜ୍ଞାନ ଏବଂ ବୌଷୟିକ କ୍ଷେତ୍ରରେ ମହିଳାମାନଙ୍କୁ ପ୍ରେତ୍ୟେକ କ୍ଷେତ୍ରରୁ ସଶକ୍ତ କରିବା ଏହି ସଂଗଠନର ଉଦ୍ଦେଶ୍ୟ, କାରଣ ବିଜ୍ଞାନ ଆମ ସଂସ୍କୃତି, ପରମ୍ପରାରେ ପରିପୂର୍ଣ୍ଣ ହୋଇ ରହିଛି । ତାହାକୁ ଆମକୁ ସଂଗଠନ ମାଧ୍ୟମରେ ସଂଯୋଗ କରିବାକୁ ପଡିବ । 


ଶକ୍ତି ସଂଗଠନ ଅଧୀନରେ ମହିଳା ସଶକ୍ତିକରଣ କାର୍ଯ୍ୟ ବିଜ୍ଞାନ  ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କରାଯାଉଛି ।  ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ସ୍ମିତା ସୁନ୍ଦରାମ ଏହି ଭବ୍ୟ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । 


 



Comments