ପାକିସ୍ତାନରେ ନାବାଳିକା ହିନ୍ଦୁ ଝିଅ ଅପହରଣ ଓ ଧର୍ମ ପରିବର୍ତ୍ତନ


ପାକିସ୍ତାନରେ ହିନ୍ଦୁ ଝିଅମାନଙ୍କୁ ଅପହରଣ ଏବଂ ଧର୍ମ  ପରିବର୍ତ୍ତନ କରିବା ଏବଂ ଜବରଦସ୍ତ ବିବାହ, ଯାହା ବନ୍ଦ ହେବା ଭଳି ମନେହୁଏ ନାହିଁ | ଏବେ ପୁଣି  ଏକ ଘଟଣା ସିନ୍ଧ ପ୍ରଦେଶ  ଖୈରପୁରର ମୋରି ଠାରେ ଘଟିଛି ା  ​​ଏଠାରେ  ନାବାଳିକା ପରଶା କୁମାରୀଙ୍କୁ ଅପହରଣ କରାଯାଇଥିଲା।  ତାର ଅନିଚ୍ଛା ସତ୍ବେ ଜବରଦସ୍ତ  ଧର୍ମ  ପରିବର୍ତ୍ତନ କରାଯାଇଛି ା  ଅପହରଣକାରୀ ଅବଦୁଲ ସବୁର ସହିତ ତାର ନିକାହା ବା ବିବାହ କରା ଯାଇଛି। ଏହି ମାମଲାରେ ପୋଲିସ ନିଷ୍କ୍ରିୟ ରହିଛି।

ନବମ ଶ୍ରେଣୀରେ ପଢୁଥିବା ପୀଡିତାଙ୍କୁ ମାତ୍ର ଚଉଦ ବର୍ଷ ବୟସ | ପୀଡିତାଙ୍କୁ ଅପହରଣକାରୀଙ୍କ କବଳରୁ ମୁକ୍ତ କରିବାକୁ ଅନୁରୋଧ କରିବା ସହ ପୀଡିତାଙ୍କ ପରିବାର ପୋଲିସ ନିକଟରେ ଏଫଆଇଆର ଦାଖଲ କରିଛନ୍ତି। ସୋସିଆଲ ମିଡିଆରେ ଏହି ଖବର  ସାମ୍ବାଦିକ ନାୟଲା ଇନାୟତ ପୋଷ୍ଟ କରିବା ବେଳେ ଉଲ୍ଲେଖ କରିଛନ୍ତି  ଯେ ଅଭିଯୁକ୍ତଙ୍କ ଦ୍ୱାରା ଏକ ଆଫିଡେଭିଟ୍ ମଧ୍ୟ ଉପସ୍ଥାପିତ କରାଯାଇଛି ଯେଉଁଥିରେ ପୀଡିତାଙ୍କ ବୟସ ବଢାଇ ଲେଖା ଯାଇଛି ା ସେ ଏହାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି |

ଅଭିଯୁକ୍ତ ଦ୍ବାରା   ଆଫିଡେଭିଟରେ ଦର୍ଶାଯାଇଛି ଯେ ପୀଡିତାଙ୍କ ନାମ ବିବି ସୁମିଆ ଏବଂ ଜାତି ହେଉଛି ସୟଦ। ଏଥିରେ ସେ ନିଜକୁ ଘୋରୀ ମୋରି ତାଲୁକାର ଜଣେ ମୁସଲମାନ ବାସିନ୍ଦା ବୋଲି ବର୍ଣ୍ଣନା କରି ଲେଖିଛନ୍ତି ଯେ ସେ ଜଣେ କୁମାରୀ ଝିଅ ଏବଂ ତାଙ୍କର ପୁରୁଣା ନାମ ପରଶା କୁମାରୀ, ା  ବର୍ତ୍ତମାନ ଇସଲାମ ଧର୍ମ ଗ୍ରହଣ କରିବା ପରେ ନାମ ବଦଳି ଯାଇଛି । ଆହୁରୀ ମଧ୍ଯ ଲେଖାଯାଇଛି ଯେ ସେ ଜଣେ ବୟସ୍କ ମୁସଲମାନ ମହିଳା, ସେଥିପାଇଁ ସେ ତାଙ୍କର ଭଲ ଏବଂ ଖରାପ ବିଷୟରେ ଜାଣନ୍ତି |


ଏହା ମଧ୍ୟ କୁହାଯାଇଛି ଯେ ସେ  18 ବର୍ଷିୟ ସୟଦ ଅବଦୁଲ ସବୁର କୁ ସ୍ବଇଛାରେ ବିବାହ କରିବାକୁ ଚାହୁଁଛି। ଏହି ଆଫିଡେଭିଟ୍‌ରେ ପୀଡିତା ଜଣାଇଛନ୍ତି ଯେ ସେ ଅବଦୁଲ ସବୁରକୁ ଭଲଭାବେ ଜାଣିଛନ୍ତି ଏବଂ କେବଳ ନୈତିକତା ଦୃଷ୍ଟିରୁ ଭଲ ନୁହଁନ୍ତି, ସମାଜରେ ମଧ୍ୟ ତାଙ୍କର ସୁନାମ ରହିଛି। ପୀଡିତାଙ୍କ ଦ୍ବାରା ଦିଆଯାଇଥିବା ଏହି ଆଫିଡେଭିଟ୍ ଦାବି କରିଛି ଯେ ସବୁର ତାଙ୍କୁ ଖୁସିରେ ରଖିବେ ଏବଂ ସେ ତାଙ୍କ ସହ ରହିବାକୁ ଚାହୁଁଛନ୍ତି।


ଚଳିତ ବର୍ଷ ଜୁନ୍ ମାସରେ ପାକିସ୍ତାନର ସିନ୍ଧ ପ୍ରଦେଶରେ ତିନିଜଣ ନାବାଳିକା ବାଳିକାଙ୍କୁ ଅପହରଣ କରି ଧର୍ମ ପରିବର୍ତ୍ତନ କରି ଥିବାର ମାମଲା ସାମନାକୁ ଆସିଛି । ଆଇନଜୀବୀ ରାହତ ଅଷ୍ଟିନ ସୋସିଆଲ ମିଡିଆ ମାଧ୍ୟମରେ ଏହି ତିନୋଟି ଘଟଣା ବିଷୟରେ ସୂଚନା ଦେଇଥିଲେ। ଏହି ତିନୋଟି ମାମଲା  ସିନ୍ଧର ଥିଲା। ଆମେରିକାରେ ଅବସ୍ଥିତ ସିନ୍ଧି ଫାଉଣ୍ଡେସନ ଅନୁଯାୟୀ ପଞ୍ଜାବର ସିନ୍ଧ ପ୍ରଦେଶରେ ପ୍ରତିବର୍ଷ ପ୍ରାୟ 1000 ହିନ୍ଦୁ ଝିଅ ଅପହରଣ ହୋଇ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି।


Comments

  1. Thanks for sharing such beautiful information with us and I hope you will share some more info about happy New Year 2021 Odia wishes. Happy New Year 2021 Odia wishes

    ReplyDelete

Post a Comment