ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ବିରୁଦ୍ଧରେ ସ୍ୱାକ୍ଷରତା ଅଭିଯାନ ଆରମ୍ଭ କଲା ଏବିଭିପି

 


ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା ଅଣାଯାଇଥିବା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ କ୍ୟାବିନେଟ୍‌ରେ ମଂଜୁରୀ ପାଇଛି । ଏହି ଅଧ୍ୟାଦେଶ ବିଶ୍ୱବିଦ୍ୟାଳୟର ସ୍ୱାୟତତାକୁ ନଷ୍ଟକରିବା ସହିତ କୁଳାଧିପତିଙ୍କ କ୍ଷମତାକୁ ସଂକୁଚିତ କରିବ ବୋଲି ଶିକ୍ଷାବିତ୍ ମାନେ ମତ ଦେଇଛନ୍ତି । ଏହି ନିଷ୍ପତି ଦ୍ୱାରା ରାଜ୍ୟ ସରକାର କ୍ୟାମ୍ପସର ରାଜନୀତି କରଣ କରୁଛନ୍ତି ଏବଂ ଦୁର୍ନୀତିର ଗଳାବାଟ ଖୋଲିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଅନ୍‌ଲାଇନ ମାଧ୍ୟମରେ ଏହି ଅଧ୍ୟାଦେଶକୁ ଖାରଜ କରିବା ପାଇଁ ପିଟିସନ୍ ସ୍ୱାକ୍ଷାର ଅଭିଯାନ ଆରମ୍ଭ କରିଛି । ଆଗାମୀ ଦିନରେ ଏହି ନିଷ୍ପତି ବିରୁଦ୍ଧରେ ସମଗ୍ର ଛାତ୍ର ସମାଜ ଆନ୍ଦୋଳନ କରିବ ଏବଂ ଏହି ଆନ୍ଦୋଳନର ନେତୃତ୍ୱ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କରିବ ବୋଲି ରାଜ୍ୟ ସଂପାଦକ ଶଶିକାନ୍ତ ମିଶ୍ର କହିଛନ୍ତି ।


Comments