ସ୍ୱରୋଜଗାର ଓ ସ୍ୱାବଲମ୍ବନ ପାଇଁ ସାରା ଦେଶରେ ଭିଏଚ୍‌ପି କାର୍ଯ୍ୟ କରିବ








ଭୋପାଳ :  ବିଶ୍ୱହନ୍ଦୁ ପରିଷଦର କେନ୍ଦ୍ରୀୟ ସାଧାରଣ ସଂପାଦକ ଶ୍ରୀ ମିଲିନ୍ଦ ଜୀ ପରାଣ୍ଡେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ସମଗ୍ର ଦେଶରେ ବିଶ୍ୱହିନ୍ଦୁ ପରିଷଦ ତରଫରୁ ବ୍ୟାପକ ସେବାକାର୍ଯ୍ୟ କରାଯାଇଛି । ଆଜି ପର୍ଯ୍ୟନ୍ତ ସାରା ଦେଶରେ ୨କୋଟି ୭୪ଲକ୍ଷରୁ ଅଧିକ ଖାଦ୍ୟ ପ୍ୟାକେଟ ବିତରଣ କରାଯାଇଛି । ୪ଲକ୍ଷ ଗୋବଂଶଙ୍କ ପାଇଁ ଗୋ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା । ୪୦ଲକ୍ଷରୁ ଅଧିକ ପରିବାର ପାଇଁ ଶୁଖିଲା ଖାଦ୍ୟ ଏବଂ ରାସନ ସାମଗ୍ରୀର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ବିଶ୍ୱହିନ୍ଦୁ ପରିଷଦ  ମଧ୍ୟଭାରତ ପ୍ରାନ୍ତ ଦ୍ୱାରା ୬୩୩୦୨୪ ଭୋଜନ ପ୍ୟାକେଟ, ୮୫୦୬୨ ପରିବାରକୁ ରାସନ, ୪୨୬୩୨ ମାସ୍କ, ୨୭୫୪ଲୋଙ୍କୁ କାଢା ବିତରଣ କରାଯାଇଛି । 


ଭୋପାଳ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଚୀନ ସାମଗ୍ରୀ ବହିଷ୍କାର ପାଇଁ ପରିଷଦ ତରଫରୁ  ସାରା ଦେଶରେ ବ୍ୟାପକ ଅଭିଯାନ କରାଯାଇଥିଲା । ଏହାର ସକରାତ୍ମକ ଦିଗ ହେଉଛି ଯେ ଭାରତକୁ ଆତ୍ମ ନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଅନେକ ଉଦ୍ୟମ ହୋଇଛି । ଏହି ସମସ୍ତ ପ୍ରୟାସକୁ ସାକାର କରବା ପାଇଁ କୃଷି , ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ଭିଏଚ୍‌ପି ଅନେକ କାର୍ଯ୍ୟ ଆରମ୍ଭ କରିବ । ପ୍ରାଥମିକ ସ୍ତରରେ ଦେଶର ୧୦୦ରୁ ଅଧିକ ଜିଲ୍ଲାରେ ଗୋଭିର୍ତିକ କୃଷିର ପ୍ରଶିକ୍ଷଣ ଦିଆଯିବ । ଯୁବକ ଓ ମହିଳାମାନଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । 


ଆମ ସମସ୍ତଙ୍କର ଆଶା ଯେ ଅଢେଇ ବର୍ଷ କିମ୍ବା ତିନିବର୍ଷ ମଧ୍ୟରେ  ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିର ଗର୍ଭଗୃହରେ  ଭଗବାନ ମର୍ଯ୍ୟାଦା ପୁରୁଷୋତମ  ଶ୍ରୀରାମଲାଲା  ବିରାଜମାନ କରିବେ । ଆମ ସମସ୍ତଙ୍କୁ ଭବ୍ୟ ମନ୍ଦିରେ ଦିବ୍ୟ  ଦର୍ଶନର ସୌଭାଗ୍ୟ ପ୍ରାପ୍ତ ହେବ । ଏହା କେବଳ ଭାରତବର୍ଷ ପାଇଁ ନୁହେଁ  ସାରା ବିଶ୍ୱପାଇଁ ଗୌରବର ମୁହୂର୍ତ ହେବ । ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର  ନ୍ୟାସ ନିକଟ ଭବିଷ୍ୟତରେ ଯଦି ବ୍ୟାପକ ଧନ ସଂଗ୍ରହ ପାଇଁ ଆହ୍ୱାନ କରିବେ  ତେବେ ଏହି ସଂଗ୍ରହରେ ବିଶ୍ୱହିନ୍ଦୁ ପରିଷଦ ନିଜର ସଂପୂର୍ଣ୍ଣ ଶକ୍ତି ଲଗାଇଦେବ ବୋଲି ଶ୍ରୀ ପରାଣ୍ଡେ ପ୍ରକାଶ କରିଛନ୍ତି । 


Comments