ବୀରମିତ୍ରପୁରରେ ଲଭ୍ ଜିହାଦ ମାମଲା କାର୍ଯ୍ୟାନୁଷ୍ଠାନ ଦାବିରେ ବଜରଙ୍ଗ ଦଳର ଥାନା ସମ୍ମୁଖରେ ଧାରଣା



ବୀରମିତ୍ରପୁର  : ସୁନ୍ଦରଗଡ ପୋଲିସ ଜିଲ୍ଲା ବୀରମିତ୍ରପୁର ଥାନା ଅଂଚଳରେ ଥିବା ଗାନ୍ଧୀ ରୋଡରେ ରହୁଥିବା ମହମ୍ମଦ ଶାନ ଖାନା ନାମକ ଜଣେ ଯୁବକ ଗତ ୮/୯ ବର୍ଷ ତଳେ ଜଣେ ବଙ୍ଗାଳୀ ପରିବାରର ଝିଅକୁ ନିଜ ପ୍ରେମ ଜାଲରେ ଫସାଇ ନେଇ ଯାଇ ବିବାହ କରିଥିଲା । ସେତେବେଳେ ଝିଅଟି ନାବାଳିକା ଥିବା ନେଇ ପରିବାର ଲୋକେ ଥାନାରେ ଏତଲା ଦେବା ପରେ କୁଆଡେ କେହି ନ ଶୁଣିବାରୁ ପରିବାର ଲୋକେ ଚୁପ ହୋଇ ବସିଥିଲେ । ଇତିମଧ୍ୟରେ ସେମାନଙ୍କର ୩ଟି ଝିଅ ଜନ୍ମ ହୋଇଥିବାବେଳେ ବର୍ତମାନ ପୁଣି ଥରେ ମହମ୍ମଦ ବୀରମିତ୍ରପୁର ପୌରାଚଂଳରେ ରହୁଥିବା ଜଣେ ବ୍ରାହ୍ମଣ ଘରର ଝିଅକୁ ନିଜ ପ୍ରେମ ଜାଲରେ ଫସାଇଲ ଦେଇ ଯାଇଥିବା ଘଟଣା ଜଣାପଡିବା ପରେ ଏବଂ ଅଭିଯୁକ୍ତକୁ ପୋଲିସ ଗିରଫ ନକରିବା ଯୋଗୁଁ ସେପ୍ଟେମ୍ବର ୧୮ ତାରିଖ ଦିନ ବଜରଙ୍ଗ ଦଳ ସମେତ ଅନ୍ୟାନ୍ୟ ହିନ୍ଦୁ ସଂଗଠନର କର୍ମୀମାନେ ବୀରମିତ୍ରପୁର ଥାନା ଘେରାଉ କରିବା ସହ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ଅପରପଟେ ଏହି ଘଟଣାରେ ସେପ୍ଟେମ୍ବର ୧୮ ତାରିଖ ଦିନ ବୀରମିତ୍ରପୁରକୁ ୧୨ ଘଂଟା ପାଇଁ ବନ୍ଦ ରଖାଯାଇଥିଲା । 


Comments