ବାଲେଶ୍ବରରେ ରକ୍ତଦାନ ଶିବିର



ବାଲେଶ୍ଵର, ୧୦/୦୩:   ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପ୍ରାନ୍ତର ପୂର୍ବତନ ପ୍ରାନ୍ତ ପ୍ରଚାରକ ଆଦରଣୀୟ ଶ୍ରୀଯୁକ୍ତ ହରିହର ନନ୍ଦଙ୍କର ପୁଣ୍ୟ ତିଥିରେ ଭାରତୀୟ ସଂସ୍କୃତି ପ୍ରଚାର ସମିତି ଏବଂ ସେବା ବିଭାଗ, ବାଲେଶ୍ୱର ଜିଲ୍ଲା ଦ୍ୱାରା ଆଜି ଏକ ବିଶାଳ ରକ୍ତଦାନ ଶିବିର ଗୋପଳଗାଁ ସ୍ଥିତ ଆୟୁଷ୍ମାନ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ବାଲେଶ୍ୱର ଲାୟନ୍ସ କ୍ଲବର ସମ୍ପାଦକ ତଥା ବିଶିଷ୍ଟ ଉଦ୍ୟୋଗପତି ଶ୍ରୀଯୁକ୍ତ ଗୋପାଳ ଖଣ୍ଡେଲୱାଲ  ସମ୍ମାନିତ ଅତିଥି ଭାବେ ଫକୀରମୋହନ ବିଶ୍ଵ ବିଦ୍ୟାଳୟର ଉପ କୁଳପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ତ୍ରିପାଠୀ ଏବଂ ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ଅଶ୍ୱନି କୁମାର ଶତପଥି ଯୋଗଦେଇ ଶ୍ରୀଯୁକ୍ତ ନନ୍ଦଙ୍କର ତ୍ୟାଗପୁତ ଜୀବନ ଏବଂ ଓଡିଶାରେ ସଙ୍ଘକାର୍ଯ୍ୟର ଵିସ୍ତାର ସମ୍ବନ୍ଧରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ରକ୍ତଦାନ ହେଉଛି ସେବାଭାବର ଏକ ଆଧାର ଅଟେ ଓ ସେବା କାର୍ଯ୍ୟ ଈଶ୍ୱରୀୟ କାର୍ଯ୍ୟ ବୋଲି ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଳା କାର୍ଯ୍ୟବାହ ବିଜୟ କୁମାର ଦାସ ସଭାପତିତ୍ୱ କରିବା ସହିତ ସମିତିର ସଭାପତି ଭଗବାନ ଦାଶ ଖଣ୍ଡେଲୱାଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିରରେ ମୋଟ ୧୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ କରିବା ପାଇଁ ପ୍ରଭଞ୍ଜନ ପାଢ଼ୀ, ସଞ୍ଜୟ ଖଣ୍ଡେଲୱାଲ,ଗୋପାଳ ନାୟକ, ଅମର ନାଥ ସେଠୀ, ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ।

Comments