ଅଖିଳ ଭାରତୀୟ ପ୍ରତିନିଧି ସଭାରେ ପ୍ରସ୍ତାବ ପାରିତ
ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ହିଁ ନିର୍ମାଣ ହେବ ଏହା ଛଡା କିଛି ନୁହେଁ:ଶ୍ରୀ ଭୈୟାଜୀ ଯୋଷୀ
ଭୁବନେଶ୍ୱର,୧୧/୩(ଭିସାକିଓ)-ଭାରତରେ ବିଭିନ୍ନ ଭାଷା ଓ ବୋଲି ଅଛି । ଆଜି ବୋଲି ସମାପ୍ତ ହେବାକୁ ଯାଉଛି । ପ୍ରତ୍ୟେକ ଭାଷା ଓ ବୋଲିର ସମ୍ବର୍ଦ୍ଧନ କରିବା ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନାଗପୁର ଠାରେ ଅନୁଷ୍ଠିତ ଅଖିଳ ଭାରତୀୟ ପ୍ରତିନିଧି ସଭାରେ ପ୍ରସ୍ତାବ ପାରିତ ହୋଇଛି ବୋଲି ସଂଘର ସରକାର୍ଯ୍ୟବାହ ଶ୍ରୀ ଭୈୟାଜୀ ଯୋଷୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
RSS Sarakaryavah Sri Suresh Bhaiyyaji Joshi addressing the media and answering questions at the press conference at Nagpur on the closing day of ABPS https://www.youtube.com/w atch?v=FZXSo3QOBA0&feature=you tu.be
ଅଯୋଧ୍ୟାରେ ପ୍ରସ୍ତାବିତ ଶ୍ରୀରାମ ମନ୍ଦିର ନିର୍ମାଣ ସନ୍ଦର୍ଭରେ ଶ୍ରୀ ଯୋଷୀ କହିଲେ ଯେ, ସେଠାର କେବଳ ଶ୍ରୀରାମ ମନ୍ଦିର ହିଁ ତିଆରି ହେବ ଏହା ଛଡା କିଛି ନୁହେଁ କିନ୍ତୁ ସେଥିପାଇଁ ନିର୍ଦ୍ଧାରିତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପାଇଁ କିଛି ସମୟ ଲାଗିବ । କିନ୍ତୁ ଏହି ସନ୍ଦର୍ଭରେ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦ୍ୱାରା ନିଆଯାଇଥିବା ପ୍ରୟାସକୁ ଆମେ ସ୍ୱାଗତ କରୁଛୁ । କୃଷକମାନଙ୍କ ସମସ୍ୟା ସମ୍ବୋଧିତ ପ୍ରଶ୍ନର ଉତର ଦେଇ ଶ୍ରୀ ଭୈୟାଜୀ କହିଲେ ଯେ, ସରକାରଙ୍କୁ କୃଷକଙ୍କ ସମସ୍ୟାର ସମାଧାନ ପଥ ବାହାର କରିବାକୁ ହେବ । କୃଷକଙ୍କ ପ୍ରତି ସମବେଦନା ନଥିବା ସରକାର ତିଷ୍ଟି ରହି ପାରିବ ନାହିଁ ।
ଶିଳ୍ପପତିଙ୍କ ଦ୍ୱାରା ବ୍ୟାଙ୍କ ଋଣ ନ ସୁଝିବା ଘଟଣା ସଂପର୍କରେ ସେ କହିଲେ ଯେ, ଏହା ବ୍ୟବସ୍ଥାର ଦୁର୍ବଳତା । ଏହାକୁ ଦୂର କରିବା ପାଇଁ ବ୍ୟବସ୍ଥାରେ ପରିବର୍ତନ ଆଣିବାକୁ ହେବ । ଲିଙ୍ଗାୟତମାନଙ୍କୁ ଅଲଗା ଧର୍ମର ମାନ୍ୟତା ଦେବା ପାଇଁ କର୍ଣ୍ଣାଟକରେ ଉଠୁଥିବା ଦାବୀ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଭୈୟାଜୀ କହିଲେ ଯେ ହିନ୍ଦୁ ଧର୍ମରେ ଶୈବ, ବୈଷ୍ଣବ, ଶାକ୍ତ ଆଦି ସଂପ୍ରଦାୟ ଅଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରେ କୌଣସି ଦ୍ୱନ୍ଦ ଉପୁଜି ନାହିଁ ।
ବିଜେପି କ୍ଷମତାକୁ ଆସିବାପରେ ସଂଘ ବିସ୍ତାରରେ କୌଣସି ସମ୍ବନ୍ଧ ନାହିଁ । ବିଜେପି କ୍ଷମତାକୁ ଆସିବା ପୂର୍ବରୁ ୨୦୧୪ ବେଳକୁ ସଂଘ ସାରା ଦେଶରେ ବିସ୍ତୁତ ଲାଭ କରିସାରିଛି । ପ୍ରତିଦିନ ସଂଘ କାର୍ଯ୍ୟ ବଢି ବଢି ଚାଲିଛି । ଅଧିକରୁ ଅଧିକ ଲୋକ ସଂଘ ସହିତ ଯୋଡି ହେଉଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଡ.ମନମୋହନ ବୈଦ୍ୟ ଏବଂ ସହ ପ୍ରଚାର ପ୍ରମୁଖ ନରେନ୍ଦ୍ର କୁମାର ଠାକୁର ଉପସ୍ଥିତ ଥିଲେ ।
Comments
Post a Comment