ନୂଆଦିଲ୍ଲୀ(ଭିସାକିଓ); ସେନାକୁ ସୀମାନ୍ତ କ୍ଷେତ୍ରର ସହଯୋଗ ସୀମା ସୁରକ୍ଷା ପାଇଁ ଆବଶ୍ୟକ ଅଟେ । ସେନାକୁ ସୀମାବର୍ତୀ କ୍ଷେତ୍ରରେ ରହୁଥିବା ଗ୍ରାମବାସୀଙ୍କ ସହଯୋଗ ଯେତେ ମିଳିବ ସେତିକି ତାହା ସେମାନଙ୍କ ପାଇଁ ଲାଭ ହେବ । ପଡୋଶୀ ଯଦି ଆମକୁ ତା’ର ଶତ୍ରୁ ମନେକରୁଛି ତେବେ ଏହା ଚିନ୍ତାର ବିଷୟ । ଦେଶ ଭିତରେ କେତେ ପ୍ରକାରର ଅରାଷ୍ଟ୍ରୀୟ ତତ୍ୱ ଦେଶର ସୁରକ୍ଷାପ୍ରତି ଆହ୍ୱାନ ହୋଇ ଛିଡା ହୋଇଛନ୍ତି । ଏଥିରେ ଆମରହିଁ ଦୁର୍ବଳତା ରହିଛି । ସରକାର ଅପେକ୍ଷା ସମାଜ ଅଧିକ ଜାଗରୁକ ଆନ୍ତରିକ ସୁରକ୍ଷା ଲାଗି ପ୍ରସ୍ତୁତ ରହିବା ଆବଶ୍ୟକ ବୋଲ ଶ୍ରୀ ସୁରେଶ ( ଭୟାଜୀ) ଯୋଶୀ ପ୍ରକାଶ କରିଛନ୍ତି ।
ରାଷ୍ଟ୍ରୀୟ ସୁରକ୍ଷା ଜାଗରଣ ମଂଚ ଦ୍ୱାରା ଅୟୋଜିତ ସଂଗୋଷ୍ଟୀ ‘ମନ୍ଥନ’ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଶ୍ରୀ ସୁରେଶ ( ଭୟାଜୀ) ଯୋଶୀ କହିଲେ ଯେ ସୀମାକୁ ଲାଗି ରହିଥିବା ଦେଶ ଆମକୁ ଯେବେ ଶତ୍ରୁ ମନେକରୁଛି ତେବେ ସମସ୍ୟା ଆହୁରି ଉତ୍କଟ ରୂପ ନିଏ, ଭାରତ କେବେ ପାକିସ୍ଥାନକୁ ନିଜର ଶତ୍ରୁ ବୋଲି ସ୍ୱୀକାର କରେ ନାହିଁ, କିନ୍ତୁ ପାକିସ୍ଥାନ ଭାରତକୁ ସର୍ବଦା ନିଜର ଶତ୍ରୁ ବୋଲି ମନେ କରେ । ଚୀନକୁ ମଧ୍ୟ ଆମେ ଶତ୍ରୁ ବୋଲି ଭାବୁନାହିଁ କିନ୍ତୁ ଚୀନର ଏପରି ବ୍ୟବହାର କରୁଛି ମନେ ହେଉଛି ସେ ଶତ୍ରୁ ଭାବେ ଆମ ସମ୍ମୁଖରେ ଛିଡା ହେଉଛି । ବଙ୍ଗଳାଦେଶର ବ୍ୟବହାର ଭିନ୍ନ ପ୍ରକାର, ଯାହା ଆମ ଦେଶ ପାଇଁ ହୀତକର ନୁହେଁ , ଅନୁପ୍ରବେଶକାରୀ ରୂପେ ସେ ଶାନ୍ତ ଆକ୍ରମଣ କରାଯାଉଛି, ପଡୋଶୀ ସର୍ବଦା ମିତ୍ର ହେବା ଆବଶ୍ୟକ,କିନ୍ତୁ ମିତ୍ରତା ଏକ ପାକ୍ଷିକ ହୋଇନପାରେ, ଭାରତ ମିତ୍ରତା କ୍ଷେତ୍ରରେ କେବେ ବି ପ୍ରତିବନ୍ଧକ ହୋଇନାହିଁ, ଏ କଥା ଦୁନିଆଁକୁ ଜଣାଇବାକୁ ଆବଶ୍ୟକ ଅଛି ।
ମାନନୀୟ ସରକାର୍ଯ୍ୟବାହ କହିଲେ ଯେ ଆଜି ବିନା ଶସ୍ତ୍ରରେ ଆକ୍ରମଣ ହେଉଛି, ତାକୁବି ବୁଝିବାକୁ ପଡିବ । ମାଦକ ପଦାର୍ଥର ଚୋରାବେପାର, ନକଲି ମୁଦ୍ରା, ଗୋ- ଚୋରା ଚାଲାଣା, କରୁଥିବା ଲୋକ କିଏ ? ଦେଶର ପ୍ରବେଶ କରୁଥିବା, ଦେଶରେ ରହି ଏହି ଦେଶ ସହିତ ଗଦ୍ଦାରି କରୁଥିବା ତତ୍ୱ ଏହି ଦେଶରେ ବିଦ୍ୟମାନ ଅଛନ୍ତି । ଏହା ଆମ ମାନଙ୍କ ସମ୍ମୁଖରେ ଏକ ବଡ ସଂକଟ, ଏହି ଦେଶର ସଂସ୍କୃତି, ପରମ୍ପରାକୁ ନଷ୍ଟ କରିବା ପାଇଁ କେତେ ପ୍ରକାରର ପ୍ରୟୋଗ ଚାଲିଛି । ମଣିଷ ଚଳଚଂଚଳ ରହୁ ଏକଥାକୁ କେହି ବିରୋଧ କରୁନାହାନ୍ତି । କିନ୍ତୁ ଯେବେ ମୁଲ୍ୟବୋଧର ଅବକ୍ଷୟ ହେଉଛି,ଜୀବନରେ ପତନର ପକ୍ରିୟା ଆରମ୍ଭ ହୋଇଛି, ଏହା କୋ÷ଣସି ଦେଶ ଲାଗି ହାନିକାରିକ । କେଉଁ ପ୍ରକାରର ସାହିତ୍ୟ ବିଦେଶରୁ ଆସୁଛି ? ଦୂରଦର୍ଶନରେ କେଉଁ ପ୍ରକାରର ଭିନ୍ନ ଭିନ୍ନ ଦୃଶ୍ୟ ପରିବେଷଣ କରାଯାଉଛି ? ଭାରତରେ ବିଦେଶୀ ଚ୍ୟାନେଲ ପରିବେଷଣ ପ୍ରତି ବଢୁଥିବା ସମସ୍ୟା ପ୍ରତି ସାବଧାନ ହେବାକୁ ଆବଶ୍ୟକତା ରହିଛି, ଦୁନିଆରେ କେବଳ ଏକମାତ୍ର ଦେଶ ଏପରି ରହିଛି, ଯେଉଁଦେଶର ଦୁଇଟି ନାଁ ରହିଛି ଗୋଟିଏ ଭାରତ- ଅନ୍ୟ ଟି ଇଣ୍ଡିଆ । ଭାରତ କହିଲେ ପ୍ରଚୀନ ସବୁ କଥାରେ ଦେଶ ଯୋଡି ହୋଇଯାଏ, ଯାହାର ମୂଳରୁ ସମ୍ପର୍କ କାଟିବାର ଏକ ପ୍ରକାର ସଫଳ ପ୍ରୟାସ କରାଯାଉଛି । କେହି ଭାରତର ନୁହନ୍ତି ସମସ୍ତେ ଭାରତର ବାହାରୁ ଆସଛନ୍ତି, ଏହି ଆର୍ଯ୍ୟାବର୍ତ ତେବେ ଆର୍ଯ୍ୟମାନେ ବି ଉତର ପୂର୍ବରୁ ହିଁ ଆସିଛନ୍ତି , ପୁଣି ମୋଗଲ ଆସିଲେ, ପୁଣି ଇଂରେଜ ଆସିଲେ, ଆମେ ଆଗରୁ ଅଛୁ ତୁମେ ଏବେକାର,ଏପରି ମିଥ୍ କୁ ଇଂରେଜମାନେ ସ୍ଥାପନ କରିଛନ୍ତି , ଏହି ଷଡଯନ୍ତ୍ର ଆଗରେ ସମାଜର ପ୍ରବୁଦ୍ଧ ବର୍ଗ ମୁଣ୍ଡ ନୁଆଁଇଲେ ଏବଂ ମନେକରିବାକୁ ଲାଗିଲେ ଯେ ଆମେ ମଧ୍ୟ ବାହାରୁ ଆସୁିଛୁ, ଏ ଦେଶ ବାରମ୍ବାର କେମିତି ଛିଡା ହୋଇଛି ? ଦେଶରେ ସକ୍ରିୟକାରୀ ବିଘଟନକାରୀ ଶକ୍ତିଙ୍କୁ ଜଣାଅଛି କି ଏଦେଶ କେବେ ଶସ୍ତ୍ରର ଭୟରେ ଶେଷ ହୋଇନାହିଁ କି ମିଥ୍ ଭଳି ବିସ୍ତାର ଫଳରେ ସମାପ୍ତ ହେବ ନାହିଁ । ଭାରତ ନୈତିକ ମୂଲ୍ୟର ଆଧାରରେ ଚାଲୁଥିବା ଏକ ଦେଶ । ଏ ଦେଶର ନୈତିକ ମୂଲ୍ୟକୁ ସମାପ୍ତ କର ଦେଶ ଆପେ ଆପେ ସମାପ୍ତ ହୋଇଯିବ । ଆଜି ଯେଉଁ ଯୁଦ୍ଧ ଚାଲୁଛି ଏହା ସେହି ପ୍ରକାରର ଏକ ଯୁଦ୍ଧ ।
ଭୈୟାଜୀ କହିଲେ ଯେ ଆଜି ଦେଶରେ ବଡ ଆକାରରେ ଯେଉଁ ଭୋ÷ତିକତାର ପ୍ରାବଲ୍ୟ ରହିଛି , ସମାଜ ଭୋଗବାଦର ଶିକାର ହେଉଛି ଏହାର କାରଣ ବ୍ୟକ୍ତି ଆତ୍ମ କୈନ୍ଦ୍ରୀକ ହେବାରେ ଲାଗିଛି, ଆମ ସମ୍ମୁଖରେ ଏଭଳି ଆହ୍ୱାନ ରହିଛି, ଏଥିରୁ ଯଦି ଆମ ସମାଜକୁ ସୁରକ୍ଷିତ ରଖିବାର ଅଛି ତେବେ ସ୍ୱଭାବିକ ରୂପେ ସାମାଜିକ ଏବଂ ଧାର୍ମିକ ନେତୃତ୍ୱକୁ ସଫଳତା ପୂର୍ବକ ଆଗକୁ ଆସିବାକୁ ପଡିବ ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଇନ୍ଦ୍ରେଶ ଜୀ କହିଲେ ଯେ ସୁରକ୍ଷାର ସବୁଠାରୁ ବଡ ଭୟ ଆଧୁନିକ ଜୟଚନ୍ଦ୍ର ଏବଂ ମିରଜାଫର ମାନଙ୍କ ତରଫରୁ ରହିଛି । ଏଥିପାଇଁ ରାଷ୍ଟ୍ରବାଦ ସହିତ ଜଡିତ ଏବଂ ଦେଶର ସୁରକ୍ଷା ସହିତ ବୁଝାମଣା କରୁନଥିବା ଦେଶର ନିର୍ମାଣ କରିବାର ଆବଶ୍ୟକତା ରହିଛି । ସମାଜ ଭିତରେ ଦେଶପ୍ରେମର ଲହରୀ ସୃଷ୍ଟି ହେଉ ଏବଂ ସବୁସ୍ଥାନରେ ଜାଗ୍ରତ ନାଗରୀକ ରୁହନ୍ତୁ । ଏହା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଅଟେ । ସେ କହିଲେ ଯେ ଭାରତ ହିଁ ଏକମାତ୍ର ଦେଶ, ଯିଏକି ସବୁ ଧର୍ମକୁ ସ୍ୱୀକାର ଓ ସମ୍ମାନ ଦେଇଛି । ଆମ ଜୀବନର ନୈତିକମୂଲ୍ୟ କାରଣରୁ ସବୁଠାରୁ ଅଧିକ ଲୋକଙ୍କୁ ଶରଣ ଏଦେଶହିଁ ଦେଇଛି । ଜୀବନ ମୂଲ୍ୟର ହ୍ରାସ କାରଣରୁ କ୍ରାଇମ୍ ଏବଂ କରପସନ ବଢିଛି । ଟେକ୍ନୋଲୋଜି ବିକାଶର ସାଧନ ହେଉ ବିନାଶର ନୁହଁ । ଯୁରୋପୀୟ ଦେଶର ସୀମା ସ୍ୟୈନିକ ବିହୀନ ରହିଛି, ଭାରତର ଏକ ବୃହତ ବଡ ଆକାରର ଅର୍ଥରାଶି ସୀମା ସୁରକ୍ଷା ପାଇଁ ଖର୍ଚ୍ଚ କରିବାକୁ ପଡୁଛି ।
ବାୟୁ ସେନାର ମାର୍ଶାଲ ଡଃ ଆର. ସି ବାଜପେୟୀ କହିଲେ ଯେ ଦେଶ ସେତିକି ବେଳେ ସମୃଦ୍ଧ ହୋଇପାରିବ ଯେତେବେଳେ ସୀମା ସୁରକ୍ଷିତ ଥିବା । ଚୀନ୍ ଏକ ବିସ୍ତାରବାଦୀ ଦେଶ ତାଠାରୁ ସାବଧାନ ରହିବା ଦରକାର । ପଡେଶୀ ଦେଶଠୁଁ ହେଉଥିବା ମାଦକ ଦ୍ରବ୍ୟ, ଅସ୍ତ୍ରଶସ୍ତ୍ରର ଚୋରା ବେପାର ଆଭ୍ୟନ୍ତରୀଣ ସୁରକ୍ଷା ଲାଗି ଏକ ବଡ ଧରଣର ଆହ୍ୱାନ ।
Comments
Post a Comment