ଖୋର୍ଦ୍ଧା ଜିଲ୍ଲା : ସ୍ୱୟଂସେବକ ଗାଁକୁ କଲେ ସାନିଟାଇଜ ଓ ବିତରଣ କଲେ ୧୦୦୦ରୁ ଉର୍ଦ୍ଧ୍ୱ ମାସ୍କ







ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା ଏବେ ବାଧ୍ୟତାମୂଳକ । ସେଥିପାଇଁ ଖୋର୍ଦ୍ଧା ଜିଲ୍ଲାରେ ମାସ୍କର ବହୁ ପରିମାଣର ଆବଶ୍ୟକତା ରହିଛି । ମାସ୍କ ଆବଶ୍ୟକତା ପୂରଣ କରିବାକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନ ଅଂଟା ଭିଡ଼ିଛନ୍ତି । ସେଥିପାଇଁ ଖୋର୍ଦ୍ଧା ଜିଲ୍ଲାର ସ୍ୱୟଂସେବକମାନଙ୍କ ପକ୍ଷରୁ ମଧ୍ୟ ଖୋର୍ଦ୍ଧା,ଚିଲିକା, ବାଲୁଗାଁ, ସୋରଣ ଆଦି ଅଂଚଳରେ ୧୦୦୦ରୁ ଉର୍ଦ୍ଧ୍ୱ ମାସ୍କ ବଂଟନ କରାଯାଇଛି ।
ସୋରଣ ଗାଁର ମନ୍ଦିର ଠାରୁ ଆରମ୍ଭ କରି ବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ  ସ୍ଥାନକୁ  ସ୍ୱୟଂସେବକମାନେ ସ୍ପ୍ରେ କରି ସାନିଟାଇଜ କରିଛନ୍ତି ।
ଖୋର୍ଦ୍ଧା ନଗର ତୋଟାପଡା, ଗୁରୁଜଙ୍ଗର ୪୦ଟି ଗରିବ ପରିବାରଙ୍କୁ ସ୍ୱୟଂସେବକମାନେ ଚାଉଳ, ଆଳୁ, ଡାଲି, ତେଲ ଆଦି ରାସନ ସାମଗ୍ରୀ ଯୋଗାଇଛନ୍ତି ।

ମାର୍ଚ୍ଚ୨୮ ତାରିଖରୁ ୧ ତାରିଖ ପର୍ଯ୍ୟନ୍ତ ୨୦ ଜଣ ନିରାଶ୍ରୟ ଓ ଅସହାୟ ବ୍ୟକ୍ତିମାନଙ୍କୁ ସ୍ୱୟଂସେବକମାନେ ରନ୍ଧାଖାଦ୍ୟ ଯୋଗାଇଥିଲେ । ବାଲୁଗାଁର ସ୍ୱୟଂସେବକମାନେ ଗାଈ ଗୋରୁ ଓ ପଶୁ ପକ୍ଷିମାନଙ୍କୁ ଦୁଇ ଦିନ ପାଇଁ ଖାଦ୍ୟ ଯୋଗାଇଛନ୍ତି ।
ଖୋର୍ଦ୍ଧା ସହରରେ ମଧ୍ୟ କିଛି ସ୍ଥାନରେ ପିଇବା ପାଣି ବିତରଣ କରାଯାଇଥିଲା ।
ଅନେକ ସ୍ଥାନରେ ଗରୀବ ଲୋକମାନଙ୍କୁ  ମାସ୍କ ଓ ସାବୁନ ବିତରଣ କରି କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ସଚେତନ କରିଥିଲେ ସ୍ୱୟଂସେବକ । ବିନା ଆବଶ୍ୟକରେ ଘରୁ ପଦାକୁ ନବାହାରିବା, ସାମାଜିକ ଦ୍ୱରତା ଅବଲମ୍ବନ କରିବା ପ୍ରଭୃତି ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିଥିଲେ ସ୍ୱୟଂସେବକ ।

Comments