ଗାଁ ଗାଁ ବୁଲି ପରିତ୍ୟକ୍ତ ସ୍ଥାନ ଓ ପାଣି ଜମା ହେଉଥିବା ସ୍ଥାନରେ ବ୍ଲିଂଚି ପକାଉଛନ୍ତି ସ୍ୱୟଂସେବକ



କେନ୍ଦ୍ରାପଡା: କୂଅ, ପୋଖରୀ, ନଳକୂପ ତଥା ବିଭିନ୍ନ ସ୍ଥାନରୁ ନିର୍ଗତ ପାଣି ଜମା ହୋଇ ଜୀବାଣୁ ସୃଷ୍ଟି କରୁଥିବା ସ୍ଥାନ ଏବଂ ପରିତ୍ୟକ୍ତ ସ୍ଥାନରେ ବ୍ଲିଚି ପକାଇବା ସହ ବିଭିନ୍ନ ପ୍ରକାର ସେବା କାମରେ ଲାଗିଛନ୍ତି କେନ୍ଦ୍ରାପଡା ତୁଣୁପୁରର ସ୍ୱୟଂସେବକ ।
କେନ୍ଦ୍ରାପଡାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନେ ବିଭିନ୍ନ ପ୍ରକାର ସେବାକାମ କରୁଛନ୍ତି । କେନ୍ଦ୍ରାପଡା ଖଣ୍ଡର ବଗଡା ପଂଚାୟତରେ ଛତ୍ରପତି ଶିବାଜୀ ପ୍ରଭାତ ଶାଖା ତୁଣୁପୁରର ସ୍ୱୟଂସେବକମାନେ ବିଭିନ୍ନ ଗାଁ ବୁଲି  ପରିତ୍ୟକ୍ତ ସ୍ଥାନରେ ବ୍ଲିଚି ପକାଉଛନ୍ତି । ଢିଅସାହି, ଜଗନ୍ନାଥପୁର, ବଗଡା, ତୁଣୁପୁର, କଚେରୀପଡା, ଖମରପଡା, ବଳରାମପୁର ଆଦି ଗ୍ରାମ ବୁଲି ବୁଲି ସ୍ୱୟଂସେବକମାନେ ବ୍ଲିଚିଂ ପକାଉଛନ୍ତି ।  କରୋନା ଭାଇରସ ସଂକ୍ରମଣର ଭୟାବହତା ଓ ତାହାର ପ୍ରତିରୋଧ ସଂକ୍ରାନ୍ତରେ ସଚେତନତା ମଧ୍ୟ କରୁଛନ୍ତି ।

କେନ୍ଦ୍ରାପଡାର ସ୍ୱୟଂସେବକମାନେ  ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ଗ୍ରାମର ପ୍ରତ୍ୟେକ ପରିବାରକୁ ଯାଇ ସାରା ପୃଥିବିରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭୂତାଣୁ ଏବଂ ଏହାର ସଂକ୍ରମଣର ସୂତ୍ର ଓ ତତ୍‌ଜନିତ ରୋଗ କିପରି ଭାରତ ସହିତ ଅନ୍ୟ ସାରା ବିଶ୍ୱରେ ଏକ ଭୟଙ୍କର ମହାମାରୀର ରୂପ ନେଇଛି, ତତ୍‌ସଂକ୍ରାନ୍ତରେ ପରିବାର ସମସ୍ତ ସଦସ୍ୟ ମାନଙ୍କୁ ବୁଝାଇ ଥିଲେ । ଏହି ରୋଗର ଉପଶମ ଓ ପ୍ରତିଷେଧକ ପାଇଁ ଏ ପର୍ଯ୍ୟନ୍ତ ପ୍ରଚଳିତ ଚିକିତ୍ସା ବିଜ୍ଞାନରେ କୌଣସି ଔଷଧର ଉପଲବ୍ଧ ହୋଇ ନାହିଁ । ତେଣୁ ବ୍ୟକ୍ତିଗତ ସ୍ତରରେ ସଂଯମତା ରକ୍ଷା କରିବା ପାଇଁ ସ୍ୱେଚ୍ଛାସେବୀ ମାନେ ପରିବାରର ସଦସ୍ୟ ମାନଙ୍କୁ ବୁଝାଇ ଥିଲେ । ସଂକ୍ରମତାରୁ ରକ୍ଷା ପାଇବା ପାଇଁ ନିଜର ମୁହଁ ଓ ନାକକୁ ଘୋଡ଼ାଇ ରଖିବା କିମ୍ବା ମାସ୍କ ବ୍ୟବହାର କରିବ, ସାବୁନ କିମ୍ବା ସାନିଟାଇଜରରେ ବାରମ୍ବାର ହାତ ଧୋଇବା, ଗହଳି ଏଡ଼ାଇବା ଅନ୍ୟମାନଙ୍କ ଠାରୁ ଅତ୍ୟନ୍ତ ଏକ ମିଟର ଦୂରତ୍ୱ ରକ୍ଷା କରିବା ଏବଂ ଥଣ୍ଡା ଜ୍ୱର, ସର୍ଦି, ଛିଙ୍କ ଏବଂ ଛାତିରେ ଯନ୍ତ୍ରଣା ହେଲେ ତତ୍‌କ୍ଷଣାତ୍ ନିକଟସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ପରାମର୍ଶ କରିବା ଇତ୍ୟାଦି ବାର୍ତା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ଦେଇଥିଲେ । ବିଭିନ୍ନ  ଗ୍ରାମରେ ମାଗଣାରେ ଫେସ୍ ମାସ୍କ ଓ ସାନିଟାଇଜର ବଂଟା ଯାଇଥିଲା । ଆଳିର ସ୍ୱୟଂସେବକମାନେ ଜନ ସଚେତନା କାର୍ଯ୍ୟକ୍ରମକୁ ବ୍ୟପାକ କରିବା ପାଇଁ ସାଇକେଲରେ ବିଭିନ୍ନ ଗ୍ରାମ ବୁଲି ବାର୍ତା ପ୍ରଚାର କରୁଛନ୍ତି । କରୋନା ଭାଇରସ୍‌ର ଭୟାବହତାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଜନ ସଚେତନା କାର୍ଯ୍ୟକ୍ରମକୁ ଆହୁରୀ ବ୍ୟପାକ କରାଯିବ ବୋଲି ଜିଲ୍ଲା ସଂଘଚାଳକ ଶ୍ରୀ ନିହାର ରିଂଜନ ପଣ୍ଡା ପ୍ରକାଶ କରିଛନ୍ତି । ଏଥି ସହିତ କେନ୍ଦ୍ରାପଡା ସହରରେ ମଧ୍ୟ ସ୍ୱୟଂସେବକମାନଙ୍କ ତରଫରୁ ବୁଲା ପଶୁ ଓ ଗାଈ ଗୋରୁମାନଙ୍କୁ ଦୁଇ ଦିନ ପାଇଁ ଖାଦ୍ୟ ଦିଆଯାଇଥିଲା ।

Comments