ଭୁବନେଶ୍ୱରରେ ୟୁବିଏସ୍‌ଏସ୍ ତରଫରୁ ସେବାକାର୍ଯ୍ୟ


ଭୁବନେଶ୍ୱର,୧୫/୪ : କରୋନା ଭୂତାଣୁର ବିତ୍ପାତ ଏବେ ସାରା ପୃଥିବୀରେ ବିଭୀଷିକାମୟ ସୃଷ୍ଟି  କରିଥିବା ବେଳେ ଭାରତରେ ବର୍ତମାନ ଲକଡାଉନ ପରିସ୍ଥିତି ସୃଷ୍ଟି ହୋଇଛି । ଲକଡାଉନ ଯୋଗୁଁ ଦେଶର ଖଟିଖିଆ, ଦିନ ମଜୁରିଆ, ଅସହାୟ ଗରିବ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।


ଗୋଟିଏ ପଟେ ଦେଶ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଲଢେଇ କରୁଥିବା ବେଳେ,ଅନ୍ୟପଟେ ଏହି ଖଟିଖିଆ ଦିନ ମଜୁରିଆ,ଅସହାୟ ଗରିିବ ଗରିବ ଲୋକମାନେ ତାଙ୍କର କ୍ଷୁଧା ମେଟାଇବା ପାଇଁ ଲଢେଇ ଜାରି ରଖିଛନ୍ତି ।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍କଳ ବିପନ୍ନ ସହାୟତା ସମିତି, ଭୁବନେଶ୍ୱର ଦିନ ମଜୁରିଆ,  ଖଟିଖିଆ, ଅସହାୟ, ଗରିବ ଲୋକମାନଙ୍କୁ ସାହାଯ୍ୟର ହାତ ବଢାଇଛି । ମାନବ ସେବା ହିଁ ଇଶ୍ୱର ସେବା ।

ଏହି ଉକ୍ତିକୁ ଆଧାର କରି ଲକଡାଉନରେ ପ୍ରଭାବିତ ଦିନ ମଜୁରିଆ, ଅସହାୟ ଗରିବ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଭୁବନେଶ୍ୱର ସହରର ପଳାଶୁଣି, ରସୁଲଗଡ, ବାଣୀବିହାର, ରାଜମହଲ,ଖଣ୍ଡଗିରି ଇତ୍ୟାଦି ଅଂଚଳରେ  ପ୍ରାୟ ୧୨ ଦିନ ଧରି ଦିନକୁ ତିନିଶହ ଜଣ ଲେଖାଏଁ ଦିନ ମଜୁରିଆ ଅସହାୟ ଗରିିବ ଲୋକମାନଙ୍କୁ ରନ୍ଧା ଖାଦ୍ୟ ସମିତି ତରଫରୁ ଯୋଗାଇ ଦିଆଯାଇଛି । ଏପରିକି ଛୋଟ ପିଲାମାନଙ୍କୁ ବ୍ରେଡ ଓ କ୍ଷୀର ବଂଟନ କରାଯାଇଛି । ସମିତି ତରଫରୁ ସହରରେ ବୁଲୁଥିବା ଗାଈ ମାନଙ୍କୁ ମଧ୍ୟ ନଡା ବଂଟନ କରାଯାଇଥିଲା । ଏବଂ ସହରରେ ବୁଲୁଥିବା ମାଙ୍କଡମାନଙ୍କୁ ମଧ୍ୟ କଦଳୀ ବିତରଣ  କରାଯାଇଥିଲା ।


ଆଗାମୀ ଦିନରେ ମଧ୍ୟ ଯଦି କୌଣସି ବ୍ୟକ୍ତି ଲକଡାଉନ ଦ୍ୱାରା ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବାର ଦୃଷ୍ଟିକୁ ଆସେ ତେବେ ତାଙ୍କୁ ସାହାଯ୍ୟ କରାଯିବ ବୋଲି ସମିତି ପକ୍ଷରୁ କୁହାଯାଇଛି ।










Comments