ଭୁବନେଶ୍ୱରରେ ଆରଏସ୍‌ଏସ୍ ତରଫରୁ ସେବାକାର୍ଯ୍ୟ


ଭୁବନେଶ୍ୱର : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଭୁବନେଶ୍ୱର ମହାନଗର ତରଫରୁ ନୟାପଲ୍ଲୀ,ଖାରବେଳନଗର, ମୈତ୍ରୀ ନଗର, ବନଦୂର୍ଗାନଗର, ପଟିଆ, କେଦାରଗୌର,ବାଣୀବିହାର,ଡୁମଡୁମା, କଳିଙ୍ଗନଗର ଆଦି ୯ ଟି ନଗରର ୩୨ଟି ସ୍ଥାନରେ ବିଭିନ୍ନ ପ୍ରକାର ସେବାକାମ ୍‌ଅନୁଷ୍ଠିତ ହୋଇଥିବା ବେଳେ ୧୫ଟି ନଗରରେ ଜନଜାଗରଣ କାର୍ଯ୍ୟକ୍ରମ ଚାଲୁଅଛି । ସଂଘ ତରଫରୁ ଭୁବନେଶ୍ୱରର ୮୩୨ ପରିବାରର ୩୨୮୮ ଜଣ ବ୍ୟକ୍ତିଙ୍କ ନିକଟରେ ବିଭିନ୍ନ ପ୍ରକାର ସେବା ପହଁଚାଇବା ପାଇଁ ୨୦୦ରୁ ଉର୍ଦ୍ଧ୍ୱ ସ୍ୱୟଂସେବକ ଓ ୧୨ ଉର୍ଦ୍ଧ୍ୱ ସ୍ୱୟଂସେବକ ପରିବାର ଏହି କାର୍ଯ୍ୟରେ ଲାଗିଛନ୍ତି ବୋଲି ମହାନଗର ସହକାର୍ଯ୍ୟବାହ ଶ୍ରୀ ସୁବ୍ରତ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି ।

ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି ଯେ, କୋଭିଡ-୧୯ ମହାମାରୀ ଭାରତ ସମେତ ସାରା ବିଶ୍ୱକୁ ଆକ୍ରାନ୍ତ କରିଛି । କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ସମେତ ସମସ୍ତ ରାଜ୍ୟ ଏକାଠି ହୋଇ ଲଢେଇ କରୁଛି । ସଂଘର ସ୍ୱୟଂସେବକମାନେ କରୋନା ଭୂତାଣୁ ସଂପର୍କରେ ୧୫ଟି ନଗରରେ ଜନସଚେତନା ସୃଷ୍ଟି କରୁଛନ୍ତି ।  ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ବଜାୟ ରଖିଲେ ଆମେ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା ବୋଲି ସ୍ୱୟଂସେବକମାନେ ବିଭିନ୍ନ ମାଧ୍ୟମରେ ଜନସାଧାରଣଙ୍କୁ ବୁଝାଉଛନ୍ତି । ।

ରାଷ୍ଟ୍ର ହିତ ଦୃଷ୍ଟିରେ ଯେଉଁ ଲକଡାଉନ ଘୋଷଣା କରାଯାଇଛି ତାହାକୁ ସଫଳ କରିବାକୁ ସ୍ୱୟଂସେବକମାନେ  ବୁଝାଇବା ସହିତ ନିଃସ୍ୱ ଗରିବ ଅସହାୟମାନଙ୍କ ପାଖରେ ରନ୍ଧା ଖାଦ୍ୟ,ଶୁଖିଲା ଖାଦ୍ୟ, ପରିବା, ସାନିଟାଇଜର  ପହଂଚାଇବା ଆଦି କାର୍ଯ୍ୟ ଅତ୍ୟନ୍ତ ଶୃଙ୍ଖଳିତ ଏବଂ ସଠିକ ଢଙ୍ଗରେ କରୁଛନ୍ତି । ୧୩ଟି ସ୍ଥାନରେ ରନ୍ଧାଖାଦ୍ୟ ବିତରଣ କରାଯାଇଛି ।  ୪୬ ଜଣ ସ୍ୱୟଂସେବକ ସମେତ ୪ଟି ସ୍ୱୟଂସେବକ ପରିବାର ୩୪୬ ପରିବାରର ୧୩୮୪ ବ୍ୟକ୍ତିଙ୍କୁ ଏହି ସେବା ଯୋଗାଇଛନ୍ତି । ପଟିଆରେ ୧୦ ପରିବାରକୁ ଗୋଟିଏ ଦିନ, ଏୟାରପୋର୍ଟର ବସ୍ତି ଅଂଚଳରେ ଥିବା ୩୮ ପରିବାରକୁ ୩ ଦିନ,ନୟାପଲ୍ଲୀ ନୂଆସାହି, ପଳାଶୁଣି ଓଭର ବ୍ରୀଜ, ଟଙ୍କପାଣି ରୋଡ, ବାଳକାଠି ବ୍ରୀଜ ଅଂଚଳରେ ୫୭ ପରିବାରକୁ ୧୫ ଦିନ, ମାଷ୍ଟ୍ରକ୍ୟାଂଟିନ, ରସୁଲଗଡ, ଭିଏସ୍‌ଏସ୍ ନଗର,ବମିଖୋଲ ଅଂଚଳରେ ୭୦ ପରିବାରକୁ ୩ ଦିନ, ଓଲଡ ଟାଉନ ରେ ୨୦ ପରିବାରକୁ ୨ ଦିନ, ଏଆଇଏମ୍‌ଏସ୍ ଅଂଚଳରେ ୬୦ ପରିବାରକୁ ୩ ଦିନ, ପୁରୁଣା ବସଷ୍ଟାଣ୍ଡରେ ୪୦ ପରିବାରକୁ ୧ ଦିନ, ନୟାପଲ୍ଲୀ ବ୍ରୀଜ ପାଖରେ ୩୦ ପରିବାରକୁ ୧ଦିନ, ସାଲିଆ ସାହିରେ ୧୦ ପରିବାରକୁ ଗୋଟିଏ ଦିନ ରନ୍ଧାଖାଦ୍ୟ ବିତରଣ କରାଯାଇଛି ।
ପରିବା ଏବଂ ଗ୍ରସରୀ ବିତରଣ ୧୫ଟି ସ୍ଥାନରେ ହୋଇଛି ।  ୨୮ ଜଣ ସ୍ୱୟଂସେବକ ଓ ୩ଟି ସ୍ୱୟଂସେବକ ପରିବାର ଏହି ସେବାକାମରେ ଲାଗିଥିବା ବେଳେ ୩୭୧ଟି ପରିବାରର ୧୪୮୪ଜଣ ବ୍ୟକ୍ତି ଉପକୃତ ହୋଇଛନ୍ତି । କଳିଙ୍ଗ ନଗର ଓ ଆମ୍ରୀ ହସପିଟାଲ ଅଂଚଳରେ ଥିବା ୬ଟି ବସ୍ତିରେ ୮୦ଟି ପରିବାରକୁ ୪ଟି ପର୍ଯ୍ୟାୟରେ ୨୦ ଦିନ ପାଇଁ ପରିବା ଓ ଗ୍ରସରି ବିତରଣ କରାଯାଇଥିଲା । କେଦାରଗୌରୀ, ଓଲଡ୍ ଟାଉନ, ମାଉସୀମା ମନ୍ଦିର ଅଂଚଳରେ ୮୦ ପରିବାରକୁ ୩ଦିନ, ମୈତ୍ରୀ ନଗର ବସ୍ତି ଅଂଚଳରେ ୧୨୫ ପରିବାରକୁ ୧ ଦିନ, ନୟାପଲ୍ଲୀ, ନୂଆସାହି, ସାଲିଆ ସାହିରେ ୩୦ ପରିବାରକୁ ୧ ଦିନ, ଡୁମଡୁମା, ଆଇଗଣିଆର ୬୦ ପରିବାରକୁ ୨ଦିନ ପରିବା ଓ ଗ୍ରସରି ବଂଟନ କରାଯାଇଛି ।

ସ୍ୱୟଂସେବକମାନେ ଓଲଡ ଟାଉନ ଓ ଏୟାରପୋର୍ଟ ଅଂଚଳର ୭୦ଟି ପରିବାରର ଗୃହ ଏବଂ ସରକାରୀ ଗୃହକୁ ସାନିଟାଇଜ କରିଥିଲେ । ୩୫ଟି ପରିବାକୁ ମଧ୍ୟ ସୁଖିଲା ଖାଦ୍ୟ ଦିଆଯାଇଥିଲା । ଆହୁରୀ ଅନେକ ଅଂଚଳରେ ସଂଘ ତରଫରୁ ସେବାକାମ ଅନୁଷ୍ଠିତ ହୋଇ ଯାଇଛି । ଯେଉଁ ଅଂଚଳରେ ସେବାକାମ ଗୁଡିକ ହୋଇଛି ସେହି ଅଂଚଳର ସମସ୍ତ ସ୍ୱୟଂସେବକ ଏହି କାମରେ ସହଯୋଗ କରିଛନ୍ତି । ଓଜ୍ୱସୀ ଫାଉଣ୍ଡେସନ, ଓଡିଶା ଗୋ ସେବା ସମିତି ଦ୍ୱାରା ହେଉଥିବା ସେବା କାମରେ ମଧ୍ୟ ସ୍ୱୟଂସେବକମାନେ ମଧ୍ୟ ସାମିଲ ହୋଇ ସେବା କାମ କରୁଛନ୍ତି । ଯେତେ ବେଳେ କୌଣସି ବ୍ୟକ୍ତିର ରକ୍ତ ଦରକାର ହେଉଛି ସେହି ସମୟରେ ରକ୍ତଦାତା ମହାସଂଘ ସହିତ ମିଶି ସ୍ୱୟଂସେବକମାନେ ରକ୍ତଦାନ କରୁଛନ୍ତି । ସ୍ୱୟଂସେବକମାନଙ୍କ ତରଫରୁ ବିଭିନ୍ନ ପଶୁ, ପକ୍ଷୀଙ୍କୁ ଖାଦ୍ୟ ଦିଆଯାଉଥିବା ବେଳେ ପ୍ରତିଦିନ ୨୦ ଗାଈଙ୍କୁ ଖାଦ୍ୟ ଦିଆଯାଉଛି । ଆହୁରୀ ଅନେକ ସ୍ଥାନରେ ବିଏମ୍‌ସି ସହିତ ମିଶି ସ୍ୱୟଂସେବକମାନେ ପ୍ରତି ଦିନ ଶହ ଶହ ଲୋକଙ୍କୁ ମଧ୍ୟ ରନ୍ଧାଖାଦ୍ୟ ବିତରଣ କରୁଛନ୍ତି ।

Comments