ମାସ୍କ ତିଆରି କରି ବିତରଣ କରୁଛନ୍ତି ବାଲିଗୁଡା ଓ କୋଡଗଡର ସ୍ୱୟଂସେବକ






ଭୁବନେଶ୍ୱର: ସାରା ବିଶ୍ୱରେ ଘାତକ ସାଜିଥିବା କରୋନା  ଭାରତରେ ବି କାୟା ବିସ୍ତାର କରିବାରେ ଲାଗିଛି ।  କରୋନା ଯୋଗୁ ସମଗ୍ର ଦେଶ ଭଳି ଓଡ଼ିଶାରେ ମଧ୍ୟ ଲକଡାଉନ୍ ଚାଲିଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଯାଇଛି । ଏପରି ସମୟରେ ଫୁଲବାଣୀ ଜିଲ୍ଲା ବାଲିଗୁଡା ଓ କୋଟଗଡର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନେ

ମାସ୍କ ତିଆରି କରି ବିତରଣ କରୁଛନ୍ତି ।

ବାଲିଗୁଡାର ସ୍ୱୟଂସେବକମାନେ ମୁସୁକୁଲି,ବିରାଗୁଡା,ଦିଗପଡି, ଗୁଳିମରା, ମୁସଳିପଦର,ବନ୍ଧକପଡା, ବାନ୍ଧବା ଆଦି ଗ୍ରାମରେ ନିଜେ ମାସ୍କ  ତିଆରି କରି ବିତରଣ କରିବା ସହିତ ବିସ୍କୁଟ, ସାବୁନ ମଧ୍ୟ ବିତରଣ କରିଛନ୍ତି । ଏଥି ସହିତ ସ୍ୱୟଂସେବକମାନେ ବାଲିଗୁଡା ବଜାର ମେଡିକାଲ ଛକ, ବସ ଷ୍ଟାଣ୍ଡରେ ଏପ୍ରିଲ ୯ ଓ ୧୦ ଦୁଇ ଦିନ ଦୁଇ ଓଳି ରନ୍ଧାଖାଦ୍ୟ ମଧ୍ୟ ବିତରଣ କରିଛନ୍ତି । ପ୍ରତ୍ୟେକ ଦିନ ୨୦୦ ଗରିବ ଲୋକଙ୍କୁ ସେମାନେ ରନ୍ଧାଖାଦ୍ୟ ବିତରଣ କରୁଥିଲେ ।
ସେହିପରି ସ୍ୱୟଂସେବକମାନେ ଟିକାବାଲିର ପାବୁରିଆରେ ୫୦ ପରିବାରକୁ ଚାଉଳ ଓ ଡାଲି ବଂଟନ କରିଛନ୍ତି । ଏହି ତିନୋଟି ବ୍ଲକରେ ୩୦ ଜଣରୁ ଉର୍ଦ୍ଧ୍ୱ ସ୍ୱୟଂସେବକ ସେବାକାମରେ ଲାଗିଛନ୍ତି ।

Comments