ଅନୁଗୋଳର ସଂଘର ସ୍ୱୟଂସେବକଙ୍କ ସେବାକାମ


ଅନୁଗୋଳ: ଲକ୍ ଡାଉନ ସମୟରେ ଅନୁଗୋଳର ଦୁଇଟି ଘରୋଇ ନସିଂହୋମରେ ଥିବା ୪୫ ଜଣ ବ୍ୟକ୍ତିଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନେ ରନ୍ଧାଖାଦ୍ୟ ଯୋଗାଇ ଥିଲେ । ସଦର ଖଣ୍ଡର ଦୁଇଟି  ଗ୍ରାମରେ ଚାଉଳ ଓ ଚୁଡା ବିତରଣ କରିଥିଲେ ସ୍ୱୟଂସେବକ । ପାଲହଡାରେ ୪୫୦ ମାସ୍କ ବିତରଣ କରିଥିବା ବେଳେ ସ୍ୱୟଂସେବକମାନେ ବଳରାମ ପ୍ରସାଦରେ ସାମ୍ବାଦିକମାନଙ୍କ ସହିତ ମିଶି ମାର୍ଚ୍ଚ ୨୮ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ୩୦୦ ଲୋକଙ୍କୁ ପ୍ରତିଦିନ ରନ୍ଧାଖାଦ୍ୟ ବିତରଣ କରିଥିଲେ ।

Comments