ବଜରଙ୍ଗୀ କର୍ମୀମାନଙ୍କ ଜନହିତ କାର୍ଯ୍ୟକ୍ରମ



ରାଉରକେଲା :  ବିଶ୍ୱକର୍ମା ପୂଜା ଅବସରରେ ବଜରଙ୍ଗ ଦଳର କର୍ମୀମାନେ ନିଜ ର ଶ୍ରମଦାନ କରି ସର୍ବସାଧାରଣ ଙ୍କ ପାଇଁ ଏକ ଭଲ କାମ କରି ବେଶ ପ୍ରଶଂସା ଗୋଟାଇଛନ୍ତି । ରାଉରକେଲା ରୁ ବନ୍ଧମୁଣ୍ଡା ସଂଯୋଗ କରୁଥିବା ରାସ୍ତା ବର୍ଷା ପରେ ଅତି ଖରାପ ହୋଇ ଥିବା ବେଳେ ଏକାଧିକ ଛୋଟ ଓ ବଡ଼ ଗର୍ତ ସୃଷ୍ଟି ହୋଇଛି । ଯଦ୍ୱାରା ଏହି ରାସ୍ତା ରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି । ପ୍ରଶାସନ ପକ୍ଷରୁ ରାସ୍ତା ମରାମତି କାର୍ଯ୍ୟ କରାଯାଇନଥିବା ବେଳେ ବଜରଙ୍ଗ ଦଳ ର କର୍ମୀ ମାନେ ଆଗେଇ ଆସି  ନିଜେ କଡ଼ା ଓ ବେଲଚା ଧରି ଗର୍ତ ଗୁଡ଼ିକ ପୂରଣ କରିଥିଲେ । ବିଶ୍ରା ଛକର ସିଆଇଏସଏଫ୍ କଲୋନୀ ଠାରୁ ବନ୍ଧମୁଣ୍ଡା ଡି କେବିନ୍ ପର୍ଯ୍ୟନ୍ତ ସମସ୍ତ ଗର୍ତକୁ ଭରିଥିଲେ । ଏହି ମହତ୍ କାର୍ଯ୍ୟରେ ଜଗଦିଶ ଜୈଶ୍ୱାଲ, ଅଭିଷେକ ସିଂ, ବିବେକ କୁମାର ଗୁପ୍ତା, ଅଜୁ କୁମାର ମହାପାତ୍ର, ପ୍ରମୁଖ ଶ୍ରମଦାନ କରିଥିଲେ ।





Comments